ଓଡ଼ିଆ ନ୍ୟୁଜ୍: ଅଧିକ ବର୍ଷା ଥିବାରୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା। ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ଗଜପତି ଜିଲ୍ଲାରେ ୩/୪ଟି ବ୍ଲକ୍ରେ ଭୂସ୍ଖଳନ ଆଶଙ୍କା।ରାୟଗଡ଼ା, ମାଲକାନଗିରିରେ ମଧ୍ୟ ଭୂସ୍ଖଳନ ଆଶଙ୍କା ରହିଛି।ପାହାଡ଼ ପାଦ ଦେଶରେ ଥିବା ଲୋକେ ଆଶ୍ରୟସ୍ଥଳକୁ ଯାଆନ୍ତୁ।ମାଟି ଓଦା ଥିବାରୁ ଅଧିକ ବର୍ଷା ହେଲେ ମାଟି ଧସିପାରେ। ଆମ ପାଇଁ ଏଥର ପବନ ଅପେକ୍ଷା ବର୍ଷା ଅଧିକ ଚ୍ୟାଲେଞ୍ଜ୍।୧୩୦ଟି ଟିମ୍ ପ୍ରସ୍ତୁତ ହୋଇ ରହିଛି, ପରିସ୍ଥିତିକୁ ମୁକାବିଲା କରିବୁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ,କଳିଙ୍ଗା ଘାଟି, ମାଲକାନଗିରିର କେତେକ ସ୍ଥାନ, ଥୁଆମୂଳ ରାମପୁରରେ ଏଭଳି ଲ୍ୟାଣ୍ଡ ସ୍ଲାଇଡ଼ ବା ମାଟି ଅତଡା ଖସୁଥିବା ଦେଖାଯାଏ । ସେଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଟିମ । ପାଣିରୁ ଉଦ୍ଧାର ପାଇଁ ବ୍ୟାପକ ଡ଼ଙ୍ଗା ର ବ୍ୟବସ୍ଥା ହୋଇଛି । ବୁଡି ଯାଉଥିବା ଲୋକଙ୍କୁ ଉଦ୍ଧାର ପାଇଁ ଅଭିଜ୍ଞ ଫାୟାର ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ପର୍ଯ୍ୟଟକଙ୍କ ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି । ପୁରୀରେ ୧୦୦ ଲାଇଫଗାର୍ଡ ଅଛନ୍ତି । ସେହିପରି ଗୋପାଳପୁରରେ ମଧ୍ୟ ଲାଇଫଗାର୍ଡ ରହିଛନ୍ତି । ଗଜପତି, ମାଲକାନଗିରି, ବ୍ରହ୍ମପୁର, କୋରାପୁଟ ୧୩୦ ଟି ଟିମ ଯାଇଛି । ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ଟିମ ।