ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପୁରୀ ହୋଟେଲ ସମ୍ରାଟ ଅଗ୍ନିକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଲେ ଫାୟାର ଡ଼ିଜି ସନ୍ତୋଷ ଉପାଧ୍ୟାୟ। ପାଖାପାଖି ୩୬ ଘଣ୍ଟା ପରେ ନିୟନ୍ତ୍ରଣ ହେଲା ଅଗ୍ନିକାଣ୍ଡ। ଏହା ସବୁଠାରୁ ଏକ ବଡ଼ ଅଗ୍ନିକାଣ୍ଡ ଥିଲା। ଅପରେସନ ପାଇଁ ଅଗ୍ନିଶମ ବିଭାଗକୁ ବହୁତ କଷ୍ଟ କରିବାକୁ ପଡିଥିଲା। ଶେଷରେ ସଫଳତା ସହ ନିଆଁକୁ ଆୟତ୍ତ କରାଗଲା।
ନିଆଁ ଲିଭା କାର୍ଯ୍ୟରେ ୧୬୦ ଅଗ୍ନିଶମ କର୍ମଚାରୀ, ୧୨ ଟି ଦମକଳ ଟିମ୍ ଓ ଗୋଟିଏ ଷ୍ଟ୍ରାଇକିଙ୍ଗ ଫୋର୍ସ ନିୟୋଜିତ ହୋଇଥିଲେ।। ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।। ସମ୍ପୃକ୍ତ ହୋଟେଲର ଇଣ୍ଟେରିଅରେ ଅତ୍ୟଧିକ ଜ୍ଵଳନଶୀଳ ପଦାର୍ଥ ବ୍ୟବହାର ହେବା ଯୋଗୁଁ ନିଆଁ ଅଧିକ ବ୍ୟାପିଥିଲା।
ଏହି ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ତଦନ୍ତ ପରେ ସବୁ କିଛି ଜଣା ପଡିବ। ପୁଣି ଥରେ ରାଜ୍ୟରେ ଥିବା ବଡ଼ ବଡ଼ ବିଲଡିଂର ଅଗ୍ନି ନିରାପତ୍ତା ନେଇ ଅଡିଟ କରାଯିବ।। ଆଗାମୀ ଦିନରେ ଅଗ୍ନି ନିରାପତ୍ତାକୁ ନେଇ ଜନ ସଚେତନତାକୁ ଆହୁରି ବ୍ୟାପକ କରାଯିବ।