ଓଡ଼ିଆ ନ୍ୟୁଜ୍: ବାଂଲାଦେଶର ଢାକା ବିମାନବନ୍ଦରରେ ବଡ଼ ଅଗ୍ନିକାଣ୍ଡ। ବିମାନବନ୍ଦରର କାର୍ଗୋ ଟର୍ମିନାଲ୍ରେ ଲାଗିଲା ନିଆଁ।ସାମୟିକ ଭାବେ ବିମାନ ଚଳାଚଳ ବାତିଲ୍ ଘୋଷଣା।ନିଆଁ ଲିଭାଇବାକୁ ଅଗ୍ନିଶମ ଟିମ୍ର ଉଦ୍ୟମ ଜାରି। ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୨ଟା୧୫ ସମୟରେ ବିମାନବନ୍ଦରରେ କାର୍ଗୋ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଥିଲା।
ବିମାନ ବାଂଲାଦେଶ ଏୟାରଲାଇନ୍ସର ମୁଖପାତ୍ର କୌସର ମହମୁଦ କହିଛନ୍ତି ଯେ ଅଗ୍ନିକାଣ୍ଡ ଘଟିବା ମାତ୍ରେ ବିମାନବନ୍ଦର ଅଗ୍ନିଶମ ବାହିନୀ, ବାୟୁସେନା ଅଗ୍ନିଶମ ୟୁନିଟ ଏବଂ ଅନ୍ୟାନ୍ୟ ସଂସ୍ଥାର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମିଳିତ ଭାବରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲେ।ଏହି ଘଟଣା ପରେ ସମସ୍ତ ବିମାନ ଚଳାଚଳ ବନ୍ଦ କରାଯାଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।