ଝାରସୁଗୁଡ଼ା ବିମାନବନ୍ଦର ପରିସରରେ ଲାଗିଲା ନିଆଁ

0

ଓଡ଼ିଆ ନ୍ୟୁଜ୍: ଝାରସୁଗୁଡ଼ା ବିମାନବନ୍ଦର ପରିସର ବାହାରେ ଲାଗିଛି ନିଆଁ।IOCL ତେଲ ଡିପୋ ନିକଟରୁ ନିଆଁ ଲାଗିଥିବା ସୂଚନା। ବିମାନବନ୍ଦରର ମୁଖ୍ୟ ପ୍ରବେଶ ପଥ ଆଡ଼କୁ ନିଆଁ ବ୍ୟାପିବାର ଆଶଙ୍କା। ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚି ନାକେଦମ।୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ନିଆଁ ଜଳୁଛି, ୫ଟି ଦମକଳ ଗାଡ଼ି ନିୟୋଜିତ।

ବିମାନବନ୍ଦରର ତେଲ ଡିପୋ ନିକଟରେ, ଯେଉଁଠାରେ ବିମାନ ପାଇଁ ପେଟ୍ରୋଲ୍ ଷ୍ଟକ୍ ରୁହେ, ସେଠାରୁ ନିଆଁ ଆରମ୍ଭ ହୋଇଥିଲା । ଏହି ଡିପୋରେ ପେଟ୍ରୋଲ୍ ଭଳି ଜ୍ବଳନଶୀଳ ପଦାର୍ଥ ଥିବାରୁ ରହିଛି । ଅତି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଅଗ୍ନିକାଣ୍ଡ ଯୋଗୁଁ ବିମାନ ବନ୍ଦରର ମୁଖ୍ୟ ପ୍ରବେଶ ପଥ ଆଡକୁ ନିଆଁ ବ୍ୟାପିବାରେ ଲାଗିଛି । ଅଗ୍ନିଶମ ବିଭାଗ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚି ନାକେଦମ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଅଗ୍ନିଶମ ବିଭାଗର ୨ଟି, ବିମାନ ବନ୍ଦରର ୨ଟି ଏବଂ ବେଦାନ୍ତର ଗୋଟିଏ ସମେତ ମୋଟ ୫ଟି ଦମକଳ ଗାଡ଼ି ନିୟୋଜିତ ହୋଇଛି । ୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ନିଆଁ ଜଳୁଛି ଏବଂ ନିଆଁ ଲିଭା କାର୍ଯ୍ୟ ଏବେ ମଧ୍ୟ ଜାରି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.