ପୁରୀ-ଅନୁଗୁଳ ପାସେଞ୍ଜର ଟ୍ରେନରେ ନିଆଁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନୁଗୋଳ-ପୁରୀ ପାସେଞ୍ଜର ଟ୍ରେନର ବ୍ରେକରେ ଶନିବାର ନିଆଁ ଲାଗିଛି। ପୁରୀ ମାଳତିପାଟପୁର ରେଳ ଷ୍ଟେଶନ ନିକଟରେ ଟ୍ରେନ୍‌ ପଛ ପାଖ ଇଞ୍ଜିନରୁ ଧୂଆଁ ବାହାରିବା ଲୋକେ ଦେଖିଥିଲେ। ପରେ ଟ୍ରେନର ବ୍ରେକରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ।

ତେବେ ତୁରନ୍ତ ଟ୍ରେନରୁ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। ମାଳତୀପାଟପୁରଠାରେ ଟ୍ରେନରୁ ନିଆଁ ବାହାରିଥିବା ନେଇ ସୂଚନା ମିଳିଛି । ନିଆଁକୁ ଦେଖି ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ଟ୍ରେନର ବ୍ରେକ ବାଇଣ୍ଡିଙ୍ଗ ଘଷି ହୋଇ ସାମାନ୍ୟ ନିଆଁ ବାହାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଖବର ପାଇ ରେଲୱେ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଯାଦ୍ୱାରା ଏକ ବଡ ଅଘଟଣ ଟଳି ଯାଇଥିଲା । ସୁରକ୍ଷିତ ଭାବେ ପୁରୀ ଷ୍ଟେସନରେ ଟ୍ରେନ ପହଞ୍ଚିଛି । ଟେକ୍‌ନିକାଲ ଟିମ୍‌ ପହଞ୍ଚି ଯାଞ୍ଚ କରିବା ସହ ନିଆଁକୁ ଆୟତ୍ତ କରିଥିଲେ। ଇଞ୍ଜିନରେ ଅଧିକ ଉତ୍ତାପ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ଏ ନେଇ ଯାଞ୍ଚ ଚାଲିଛି।

Leave A Reply

Your email address will not be published.