ନିଆଁ ଆଁରେ ଶଢି ଦୋକାନ, ସର୍ଟସର୍କିଟରୁ ନିମିଷକେ ଭସ୍ମୀଭୂତ ହୋଇଗଲା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅନୁଗୋଳ ବଜାର ଭିତରେ ଥିବା ଏକ ଲୁଗା ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଶୋ ରୁମଟି ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇ ଯାଇଥିବା ବେଳେ ଉପର ମହଲାରେ ଥିବା ଏକ ଘର ମଧ୍ୟ ନିଆଁରେ ପ୍ରଭାବିତ ହୋଇଛି । ସୂଚନା ଅନୁସାରେ ଅନୁଗୋଳ ବଜାର ଭିତରେ ମଙ୍ଗଲମ ନାମକ ଏକ ଲୁଗା ସୋରୁମ ରହିଛି । ଏହି ଶୋ ରୁମ ସାମ୍ନାରେ ଥିବା ଏକ ଇଲେକ୍ଟ୍ରି ପୋଲରେ ହଠାତ ସର୍ଟ ସାର୍କିଟ ହୋଇଥିଲା ।

ପ୍ରଥମେ ଶୋ ରୁମରେ ସାମ୍ନାରେ ଥିବା ଏକ ଫ୍ଲେକ ଓ ଦୁଇଟି ମୋଟରସାଇକେଳରେ ନିଆଁ ଲାଗିଥିଲା । ସେହି ମୋଟରସାଇକେଲାରୁ ନିଆଁ ଛିଟିକି ସୋରୁମରେ ଥିବା ଲୁଗାରେ ନିଆଁ ଲାଗି ଭୟାବହ ରୂପ ଧରିଥିଲା । ଦେଖୁ ଦେଖୁ ନିମିଷକେ ସୋରୁମ ସମେତ ଉପର ମହଲାରେ ନିଆଁ ଲାଗିଥିଲା । ଖବର ପାଇ ଅନୁଗୋଳର ଦୁଇଟି ଅଗ୍ନିଶମ ବିଭାଗର ଦମକଳ ପହଁଚି ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ପରବର୍ତ୍ତୀ ସମୟରେ ନାଲକୋ ଓ JSPL ର ଆଉ ଦୁଇଟି ଗାଡି ଆସି ନିଆଁ କୁ ଆୟତ କରିଥିଲେ । ତେବେ ଅଗ୍ନିକାଣ୍ଡରେ ଦୁଇଟି ମୋଟରସାଇକେଲ ସମେତ ଲୁଗା ଦୋକାନଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଛି । ନିଆଁ ସମ୍ପୂର୍ଣ୍ଣ ଆୟତ ହୋଇଥିବା ବେଳେ କ୍ଷୟକ୍ଷତି ର ଆକଳନ କରା ଯାଉଛି ।

Leave A Reply

Your email address will not be published.