ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ପୁରୀ ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ। କାଠ ଫର୍ଣିଚର୍ ଗୋଦାମରେ ଲାଗିଲା ନିଆଁ। ଲକ୍ଷାଧିକ ଟଙ୍କାର କାଠ ନଷ୍ଟ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ବୁଧବାର ବିଳମ୍ବିତ ରାତି ରେ ଏହି ଅଗ୍ନିକାଣ୍ଡ ଘଟିଛି। ପାଖରେ ଜନବସତି ଓ ମେଡିକାଲ କ୍ଲିନିକ୍ ଥିବାରୁ ଭୟଭିତ ହୋଇ ପଡ଼ିଥିଲେ ସ୍ଥାନୀୟ ବାସିନ୍ଦା। ଖବର ପାଇ ଘଟଣା ସ୍ଥଳରେ ଦମକଳବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ କୁ ଆୟତ୍ତ କରିଚି । ଘଟଣାର ତଦନ୍ତ ଅ।ରମ୍ଭ ହୋଇଛି ।