ପାରାଦୀପ ପରିବା ମାର୍କେଟରେ ନିଆଁ ଲାଗି ଜଳିଗଲା 6 ଦୋକାନ

0

ଓଡ଼ିଆ ନ୍ୟୁଜ୍: ପାରାଦୀପ ପରିବା ମାର୍କେଟରେ ଲାଗିଲା ନିଆଁ । ନିଆଁ ଲାଗି ୬ରୁ ଅଧିକ ଦୋକାନ ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ପାରାଦୀପ ସିଆଇଏସଏଫ୍ ଅଗ୍ନିଶମ ବିଭାଗ ଓ କୁଜଙ୍ଗ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ଗତକାଲି ବିଳମ୍ବିତ ରାତ୍ରି ପାଖାପାଖି ୩ ଟା ସୁଦ୍ଧା ଏହି ଘଟଣା ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ପନିପରିବା ସହିତ ଅନ୍ୟାନ୍ୟ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି।

ପାରାଦୀପ ବନ୍ଦର ତରଫରୁ ପରିବା ଦୋକାନ ପାଇଁ ଅସ୍ଥାୟୀ ପିଣ୍ଡି ଯୋଗାଇ ଦିଆ ଯାଇଥିବା ବେଳେ ପ୍ରତ୍ୟେକ ବ୍ୟବସାୟୀ ପଲିଥିନ ଓ ପାଲ ବାନ୍ଧି ପରିବା ବ୍ୟବସାୟ କରିଥାନ୍ତି। ତେବେ ଗତକାଲି କୌଣସି କାରଣରୁ ପଲିଥିନ ପାଲରେ ନିଆଁ ଲାଗି ୬ରୁ ଉର୍ଦ୍ଧ୍ବ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି।

Leave A Reply

Your email address will not be published.