ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚଣ୍ଡିଖୋଲରୁ କଟକ ଅଭିମୁଖେ ଯାଉଥିବା ସୁଜୁକି ବାଲେନୋ କାର ନଂ-OD-05AL-4519ରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ। ଟାଙ୍ଗୀ ବଇଁଚୁଆ ଛକ ନିକଟରେ ଘଟିଛି ଏହି ଅଘଟଣ। କେହି ଏହି ଘଟଣାରେ ଆହତ ହୋଇନଥିବା ଜଣାପଡିଛି। ତେବେ ନିଆଁ ଲାଗିବା ବେଳେ ଗାଡ଼ିରୁ ଯାତ୍ରୀ ଓ ଚାଳକ ବାହାରି ଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପ୍ରଥମେ ବନେଟ ନିକଟରୁ ଧୂଆଁ ବାହାରିବା ପରେ ତା ପରେ ନିଆଁ ଲାଗିବା ଦେଖିବାକୁ ମିଳିଥିଲା। ଏହାପରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇଥିଲେ। ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତିଯାଇଛନ୍ତି ଚାଳକ।