ଓଡ଼ିଆ ନ୍ୟୁଜ୍: ଆନ୍ଧ୍ର କାକିନାଡ଼ାରେ ବାଣ କାରଖାନାରେ ବଡ଼ ବିସ୍ଫୋରଣ; ୧୮ ମୃତ। ବିସ୍ଫୋରଣରେ ଆଉ ୬ ଗୁରୁତର, ମେଡିକାଲରେ ଭର୍ତ୍ତି। କାକିନାଡ଼ା ଜିଲ୍ଲା ଭେଟଲାପାଲମ ଗାଁରେ ଥିବା ସୂର୍ୟା ଫାୟାରୱାର୍କସ କାରଖାନାରେ ଶନିବାର ନିଆଁ ଲାଗିଯାଇଛି। ଫଳରେ ଭୀଷଣ ବିସ୍ଫୋରଣ ହୋଇଥିବା ବେଳେ ବାଣ ତିଆରି କାମରେ ନିୟୋଜିତ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ କାକିନାଡ଼ା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସୂଚନା ରାଜ୍ୟ ଗୃହମନ୍ତ୍ରୀ ଭଙ୍ଗଲାପୁଡି ଅନିତା ଦେଇଛନ୍ତି।
ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଲୋକଙ୍କ ଶବ ବାଣ କାରଖାନାରୁ ଛିଟକି ନିକଟରେ ଥିବା ଧାନ ବିଲରେ ପଡିଛି। ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁ ସୂର୍ୟା ଫାୟାର ୱାର୍କସ ରେ କାମ କରୁଥିବା ଶ୍ରମିକଙ୍କ ମୃତ୍ୟୁରେ ଶୋକ ପ୍ରକଟ କରିଛନ୍ତି। ନାୟଡୁ କହିଛନ୍ତି ଭେଟଲାପାଲମ ଗାଁ ବାଣ କାରଖାନା ଦୁର୍ଘଟଣା ମୋତେ ବାସ୍ତବିକ ଦୁଃଖିତ କରିଛି। ଏହି ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି।