ବାଣ ବିସ୍ଫୋରଣରେ ଜଳିଗଲା ବାଇକ୍‌

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବରରେ ବାଣ ବିସ୍ଫୋରଣ ଘଟି NHରେ ଜଳିଗଲା ବାଇକ୍‌।ଜୟଦେବ ବିହାର ଓଭର ବ୍ରିଜ ଉପରେ ଚଳନ୍ତା ବାଇକ୍‌ରେ ଫୁଟିଲା ବାଣ।ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା ବାଇକ୍‌; ୨ ଗୁରୁତର। ତେବେ ବାଣ ଫୁଟି ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ରହିଥିବା ବେଳେ କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଦୁଇ ଜଣ ଭୁବନେଶ୍ବରୁ କଟକ ଅଭିମୁଖେ ଯାଉଥିବା ବେଳେ ଓକାକ ସାମ୍ନାରେ ଥିବା ଫ୍ଲାଏ ଓଭରରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣାଗଲା ।

ଆଉ ଦେଖୁ ଦେଖୁ ସ୍କୁଟି ଜଳିବାକୁ ଲାଗିଲା । ବାଣ ଫୁଟିବା ପରେ କିଛି ଦରଫୁଟା ବାଣ ସବୁ ରାସ୍ତା ସାରା ବିଛେଇ ପଡିଥିଲା । ସମ୍ଭବତ ଜଣେ ମହିଳା ଏବଂ ଜଣେ ପୁରୁଷ ଭୁବନେଶ୍ବରରୁ କଟକ ଆଡେ ବାଣ ନେଇ ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି ପରେ ନିଆଁ ସ୍କୁଟିରେ ଲାଗିଛି । ତେବେ ସେମାନେ ବାପା-ଝିଅ ବୋଲି କେହି କେହି କହୁଛନ୍ତି ।

Leave A Reply

Your email address will not be published.