ବାଣ ବିସ୍ଫୋରଣ ଘଟଣା, ୫ ଗିରଫ

0

ଓଡ଼ିଆ ନ୍ୟୁଜ୍: ବାଣବିସ୍ଫୋରଣ ଘଟଣା, ୫ଗିରଫ। ବୌଦ୍ଧ ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟାରେ ବାଣ ଥିବା ଏକ ଗୋଦାମରେ ଗତ ରବିବାର ଘଟିଥିବା ବଡ଼ଧରଣର ବିସ୍ଫୋରଣ ଘଟଣାରେ ସଂପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ବୌଦ୍ଧ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୁଣାକଟକ ଥାନା ଜିଆକଟାର କେଳୁ ବେହେରାଙ୍କ ପୁଅ ମାଗିରାମ ବେହେରା, ଲକ୍ଷ୍ମୀଧର ପରିଡ଼ାଙ୍କ ପୁଅ କାହ୍ନୁ ପରିଡ଼ା, କୁଆକଣ୍ଟାର ଆଲୋକ କଣ୍ଟି, ପୁରୁଣାକଟକର ଲକ୍ଷ୍ମୀଧର ପରିଡ଼ା  ଓ ମହେଶ୍ବର ସାହୁଙ୍କ ପୁଅ ପ୍ରଶାନ୍ତ ସାହୁ ।

ସୂଚନାଯୋଗ୍ୟ, ଗତ ୨୧ ତାରିଖ ଦିନ ପୂର୍ବାହ୍‌ଣ ୯ଟା ୩୦ରୁ ୧୦ଟା ୩୦ ମଧ୍ୟରେ ଜିଆକଟାସ୍ଥିତ ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ହୋଇଥିଲେ। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜିଆଁକଟାର ଏକ ଭଡ଼ା ଘରେ ପୁରୁଣାକଟକର ଜନୈକ ବାଣ ବ୍ୟବସାୟୀ ବାଣ ଗଚ୍ଛିତ ରଖିଥିଲେ। ଗୋଦାମରେ ଗଚ୍ଛିତ ବ୍ୟାପକ ବୋମା ବିସ୍ଫୋରଣ ହେବାରୁ ଅନେକଗୁଡ଼ିଏ ଘର ଛାତସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ଅନ୍ୟପଟେ ଏଭଳି ବଡ଼ଧରଣର ବିସ୍ଫୋରଣ ଯୋଗୁଁ ଏକ କିଲୋମିଟର ଦୂରରେ ଥିବା ପୁରୁଣାକଟକ ମାର୍କେଟରେ ଅନେକ ବ୍ୟାବସାୟିକ ପ୍ରତିଷ୍ଠାନ କାଚ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.