ପ୍ରଥମ ଥର ବିଧାୟକରୁ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନ୍ୟ ଦୁଇ ରାଜ୍ୟଠାରୁ ରାଜସ୍ଥାନରେ ବିଜେପିର ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଅଧିକ ଆଶ୍ଚର୍ଯ୍ୟ କରିଛି । ବହୁ ମାନସ ମନ୍ଥନ ଓ ବିଚାର ବିମର୍ଶ ପରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ନାଁ ଉପରେ ବାଜିଛି ମୋହର। ଆଉ ରାଜସ୍ଥାନରେ ବସୁନ୍ଧରା ରାଜେଙ୍କ ଯୁଗର ସମାପ୍ତ ଘଟିଛି।ଛତିଶଗଡ଼ ଓ ମଧ୍ୟ ପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଜଣେ ନୂଆ ଚେହେରାକୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି। ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାଜସ୍ଥାନର ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ହୋଇଛି ଏହି ନିଷ୍ପତ୍ତି।

୫୬ ବର୍ଷୀୟ ଭଜନଲାଲ ଶର୍ମାଙ୍କ ଘର ରାଜସ୍ଥାନର ଭରତପୁରରେ। ସେ ସାଙ୍ଗାନେର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି। ସେ ଏଥର ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ କଂଗ୍ରେସର ପୁଷ୍ପେନ୍ଦ୍ର ଭରଦ୍ୱାଜଙ୍କୁ ୪୮,୦୮୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ତାଙ୍କୁ ୧,୪୫,୧୬୨ ଖଣ୍ଡ ଭୋଟ୍ ମିଳିଥିଲା।

ଭଜନଲାଲ ଶର୍ମା ଏବେ ରାଜସ୍ଥାନ ବିଜେପିର ସାଧାରଣ ସଂପାଦକ ଅଛନ୍ତି। ସେ ୪ ଥର ରାଜ୍ୟ ବିଜେପିର ସାଧାରଣ ସଂପାଦକ ହୋଇଛନ୍ତି। ସେ ଆରଏସ୍‌ଏସ୍‌ ଓ ଏବିଭିପି ସହିତ ମଧ୍ୟ ଜଡ଼ିତ ଥିଲେ।

ଭଜନଲାଲ ଶର୍ମା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାଜ୍ୟବାସୀ ବିଜେପିଠାରୁ ଯେଉଁ ଆଶା ରଖିଛନ୍ତି, ତାକୁ ଦଳର ସମସ୍ତ ବିଧାୟକ ପୂରଣ କରିବେ ମୁଁ ପ୍ରତିଶ୍ରୁତି ଦେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆମେ ରାଜସ୍ଥାନରେ ସବୁକ୍ଷେତ୍ରରେ ବିକାଶ କରିବୁ ବୋଲି ସୁନିଶ୍ଚିତ କରୁଛୁ।

Leave A Reply

Your email address will not be published.