ପୌର ଭୋଟ୍‌ରେ ପ୍ରଥମ ଥର ପାଇଁ ଲାଗୁ ହେବାକୁ ଯାଉଛି NOTA ବ୍ୟବସ୍ଥା

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଏଣିକି ଭୋଟରଙ୍କୁ  ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀ ପସନ୍ଦ ନହେଲେ  ନୋଟାରକୁ ପସନ୍ଦ କରିପାରିବେ । ଆଗାମୀ ପୌର ଭୋଟ୍‌ରେ ପ୍ରଥମ ଥର ପାଇଁ ଲାଗୁ ହେବକୁ ଯାଉଛି NOTA ବ୍ୟବସ୍ଥା । ପୂର୍ବରୁ କେବଳ ବିଧାନସଭା ଓ ଲୋକସଭା ଭୋଟ ବେଳେ ଇଭିଏମ ମେସିନରେ  NOTA ବ୍ୟବସ୍ଥା ରହିଥିଲା । ରାଜ୍ୟ ନିର୍ବାଚନ କମିଶନର ସମ୍ବିଧାନର ଧାରା ୨୪୩ZA ଅନୁସାରେ କ୍ଷମତା ବଳରେ ପୌର ନିର୍ବାଚନରେ NOTA ବ୍ୟବସ୍ଥା ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିପାଇଁ ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହନ୍ତି ଲେଖା ରହିବ । ଶେଷ ପ୍ରାର୍ଥୀଙ୍କ ନାଁ ପରେ ଇଭିଏମ ପ୍ରାର୍ଥୀ ପ୍ୟାନେଲରେ ନୋଟା ଚିହ୍ନ ରଖାଯିବ । ଆଗାମୀ ପୌର ନିର୍ବାଚନ ପ୍ରସଙ୍ଗରେ ଗତକାଲି ସର୍ବଦଳୀୟ ବୈଠକରେ ନିର୍ବାଚନ କମିଶନର ଆଲୋଚନା କରିଥିଲେ । ଏଥର ପୌର ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ସତ୍ୟପାଠ ଦାଖଲ ବାଧ୍ୟତାମୂଳକ । ସତ୍ୟପାଠରେ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା ଓ ଅପରାଧିକ ମାମଲା ପ୍ରସଙ୍ଗରେ ପ୍ରାର୍ଥୀମାନେ ତଥ୍ୟ ଦେବେ । ସତ୍ୟପାଠ ତଥ୍ୟରେ ତ୍ରୁଟି ଥିଲେ କିମ୍ବା ଅସମ୍ପୂର୍ଣ୍ଣ ଥିଲେ ସମ୍ପୃକ୍ତ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Leave A Reply

Your email address will not be published.