ସରିଲା ଧର୍ମର ମାସ କାର୍ତ୍ତିକ: ଛାଡ଼ଖାଇ ପାଇଁ ଆମିଷ ବଜାରରେ ଖଚାଖଚ୍ ଭିଡ଼

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସରିଲା ଧର୍ମର ମାସ କାର୍ତ୍ତିକ। ଆଜି ଆମିଷ ବାର ହୋଇଥିବାରୁ ଭୁବନେଶ୍ୱର ୧ ନମ୍ବର,୪ ନମ୍ବର,ବଡଗଡ ଓ ଅନ୍ୟାନ୍ୟ ମାଛ ମାଂସ ମାର୍କେଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଛାଡଖାଇ ଯୋଗୁଁ ଆମିଷର ଦର ବିଶେଷ ବଢ଼ିନଥିବା କହିଛନ୍ତି ଗ୍ରାହକ। ରାଜଧାନୀର ବିଭିନ୍ନ ଆମିଷ ବଜାରରେ ମଟନ୍ ଦର ୭୫୦ ରୁ ୮୦୦ ମଧ୍ୟରେ ରହିଥିବା ଜଣାପଡିଛି।

ତେବେ କଟକର ପ୍ରେସଛକ, ବଦମବାଡି ଭଳି ସ୍ଥାନରେ ମିଳୁଛି ଭଳିକିଭଳି ମାଛ। ନଈ ମାଛ ଭିତରେ ରହିଛି ଆଡି, ଗୁଲା, ହଳି ଓ ଛୋଟ ଚିଙ୍ଗୁଡ଼ି। ପ୍ରେସଛକର ଜଣେ ବ୍ୟବସାୟୀ କହଛନ୍ତି ଯେ, ଦେଶୀ ମାଛର ଚାହିଦା ଅଧିକ ରହିଛି। ମାଛ ଦର ମାତ୍ର ୨୦ ଟଙ୍କା ବୃଦ୍ଧି ପାଇଥିବାରୁ ଗ୍ରାହକ ମାଛ କିଣିବାକୁ ଅସନ୍ତୋଷ ପ୍ରକାଶ କରୁନାହାନ୍ତି।

Leave A Reply

Your email address will not be published.