ଓଡ଼ିଆ ନ୍ୟୁଜ୍: ନାଇଜେରିଆରେ ଭୟଙ୍କର ବନ୍ୟା ରଚିଲା ତାଣ୍ଡବ। ବନ୍ୟାରେ ଏପର୍ଯ୍ୟନ୍ତ ଅତିକମ୍ରେ ୧୦୦ ମୃତ ହୋଇଥିବାବେଳେ ଅନେକ ନିଖୋଜ ଥିବା ସୂଚନା। ନାଇଜେରିଆ ଘରେ ଘରେ ପଶିଲା ବନ୍ୟା ପାଣି, ରାସ୍ତାଘାଟ ଜଳମଗ୍ନ।
ସହର ନିକଟ ଏକ ବନ୍ଧ ଭାଙ୍ଗିଯିବା ପରେ ଏଭଳି ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ଜରୁରୀକାଳୀନ ଭିତ୍ତିରେ ଚାଲିଛି ରେସ୍କ୍ୟୁ ଅପରେସନ୍ କାମ। ବନ୍ୟା ପାଇଁ ନାଇଜର୍ ରାଜ୍ୟର ମୋକୱା ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା।