ଓଡ଼ିଆ ନ୍ୟୁଜ୍:ବୈତରଣୀର ଶାଖା କାଣୀ ନଦୀରେ ୫୦ ଫୁଟ୍ର ଘାଇ । ବନ୍ୟା ପାଣି ଗାଁରେ ଭୁସ୍ ଭୁସ୍ ହୋଇ ମାଡ଼ିଯାଉଛି । ଦଶରଥପୁର ବ୍ଲକ ଅହିୟାସ ମୁସଲିମ ସାହି ନିକଟରେ ୫୦ ଫୁଟରୁ ଉର୍ଦ୍ଧ୍ୱ ଘାଇ ହୋଇଥିବା ଦେଖିବାକୁ ମିଳିଛି । ଦଶରଥପୁର ବ୍ଲକର ୪ଟି ପଞ୍ଚାୟତ ଘାଇ ଦ୍ୱାରା ପ୍ରଭାବିତ । ସୋମବାର ଭୋର ୪ଟା ୫୦ରେ ଘାଇ ହୋଇଥିବା ସୂଚନା ମିଳିଛି। ରବିବାର ରାତିରେ ଘଳିଆ ପଡ଼ିଥିଲା ।
ଯାହା ଫଳରେ ୫୦ ଫୁଟର ସୃଷ୍ଟି ହୋଇଛି । ବୈତରଣୀ ନଦୀରେ ବିପଦ ସଂକେତ ଉପରେ ପାଣି ପ୍ରବାହିତ ହେଉଥିବାରୁ ଏହି ଘାଇ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଅହିୟାସ ମଲ୍ଲିକା ପୁର, କସପା, ମହାନ୍ତି ପାଟଣା ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି । ସେପଟରେ ବୈତରଣୀ ନଦୀରେ ବନ୍ୟା ଜଳ ଆସିବା ଦ୍ଵାରା ଅନେକ ପଞ୍ଚାୟତରେ ପାଣି ପଶିଥିବା ଦେଖିବାକୁ ମିଳିଛି ।