ମାଲକାନଗିରିରେ ଲଗାଣ ବର୍ଷାରେ ବୁଡ଼ିଲା ପୋଲ, ଯାତାୟତ ବାଧାପ୍ରାପ୍ତ

0

ଓଡ଼ିଆ ନ୍ୟୁଜ୍: ମାଲକାନଗିରିରେ ଲଗାଣ ବର୍ଷାରେ ବୁଡ଼ିଲା ପୋଲ।ଲଗାଣ ବର୍ଷାରେ ବୁଡ଼ିଲା ପୋଲ, ଯାତାୟତ ବାଧାପ୍ରାପ୍ତ।କାଲିମେଳା-ପଡ଼ିଆ ମୁଖ୍ୟରାସ୍ତାର କନିଆ ଆଶ୍ରମ ପୋଲ ଉପରେ ୩ ଫୁଟ ପାଣି। ଜିଲ୍ଲାରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି। ଗତକାଲି ଠାରୁ ବର୍ଷା ଲାଗି ରହିଥିବାରୁ ଜିଲ୍ଲାର ସମସ୍ତ ତଳିଆ ବ୍ରିଜକୁ ଛୁଇଁଛି ପାଣି। ଅପରାହ୍‌ଣ ୫ଟାରେ ରିପୋର୍ଟ ଲେଖାଯିବା ବେଳକୁ କାଲିମେଳା ଓ ପଡ଼ିଆ ରାସ୍ତାରେ ରହିଥିବା କନ୍ୟାଶ୍ରମ ବ୍ରିଜ ଉପରେ ୩ ଫୁଟର ପାଣି ପ୍ରବାହିତ ହେଉଛି।

ଫଳରେ କାଲିମେଳା ଓ ପଡ଼ିଆ ବ୍ଲକକୁ ଯୋଗାଯୋଗ ସଂପୂର୍ଣ୍ଣ ଠପ୍ ହୋଇଯାଇଛି।ଜିଲ୍ଲାର କାଙ୍ଗରୁକୋଣ୍ଡା, ଏମଭି-୯୦ ବ୍ରିଜ ମଧ୍ୟ ବିପଦ ସଂକେଦ ତଳେ ରହିଛି। ବର୍ଷା ଲାଗି ରହିଲେ ପୋଟେରୁ ବ୍ରିଜ ବୁଡ଼ିବ। ଫଳରେ ଜିଲ୍ଲା ସହ ଛତିଶଗଡ଼ ଏବଂ ଆନ୍ଧ୍ରକୁ ଯୋଗାଯୋଗ ସଂପୂର୍ଣ୍ଣ ଠପ୍ ହୋଇଯିବ। ସେହିପରି କୋରକୋଣ୍ଡା ବ୍ଲକର ନାକାମାମୁଡି ପଞ୍ଚାୟତର ବାୟାପଡ଼ା ଘାଟିରେ ମାଟି ଅତଡ଼ା ଖସିବା ଯୋଗୁଁ ରାସ୍ତା ଅବରୋଧ ହୋଇଥିବା ସୂଚନା ମିଳିଛି। ମୋଟୁ ଓ ମାଲକାନଗିରିକୁ ବର୍ତ୍ତମାନ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଜାରି ରହିଥିଲେ ମଧ୍ୟ କୌଣସି ମୁହୂର୍ତ୍ତରେ ଏହା ବିଛିନ୍ନ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.