ଓଡ଼ିଆ ନ୍ୟୁଜ୍: ମାଲକାନଗିରି ଏମ୍ଭି ୯୬ ପୋଲ ଉପରେ ୩ ଫୁଟ୍ର ପାଣି ପ୍ରବାହିତ।ପ୍ରବଳ ବର୍ଷା ଯୋଗୁଁ ଏନ୍ଏଚ୍ ୩୨୬ ଏମ୍ଭି ୯୬ ପୋଲ ବୁଡ଼ିଲା।କାଲିମେଳାରୁ ଏମ୍ଭି ୯୬କୁ ଯୋଗାଯୋଗ ସଂପୂର୍ଣ୍ଣ ଠପ୍। କାଲିମେଳା – ମୋଟୁ ୩୨୬ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି। ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି।
ଅନ୍ୟପକ୍ଷରେ ସମସ୍ୟା କରୁଛି ତଳୁଆ ପୋଲ। ପ୍ରତିବର୍ଷ ବର୍ଷା ଯୋଗୁଁ ୩୨୬ ଜାତୀୟ ରାଜପଥ ଉପରେ ଥିବା ଏମଭି ୯୬ ପୋଲଟି ବୁଡ଼ି ଯାଉଛି, ଫଳରେ ଜନ ସାଧାରଣ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବାର କହିଛନ୍ତି | ଅନ୍ୟ ପକ୍ଷରେ ୩/୪ ବର୍ଷ ତଳେ ଏହି ପୋଲ ନିକଟରେ ଏକ ହାଇଲେବଲ ପୋଲ ନିର୍ମାଣ କରାଯାଉଥିଲେ ମଧ୍ୟ ତାହା ବି ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ଏଥିସହିତ ବିପଦପୂର୍ଣ୍ଣ ଭାବରେ କିଛି ଅମାନିଆ ଗାଡ଼ି ଚାଳକ ପୋଲ ଉପରେ ଗାଡ଼ି ନେଇ ଯାଉଥିବାର ଦେଖା ଯାଇଛି।