ମହାନଦୀରେ ଆସୁଛି ବନ୍ୟା, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମହାନଦୀରେ ଆସୁଛି ବନ୍ୟା। ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ବନ୍ୟା ପ୍ରଭାବିତ ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳ। ଲଗାଣ ବର୍ଷା ଯୋଗୁଁ ମହାନଦୀର ଶାଖା ନଦୀରେ ପାଣି ବଢ଼ିଥିବାବେଳେ ମହାନଦୀରେ ମଧ୍ୟ ପାଣି ବଢିଛି | ଦିନ ୩ଟା ସୁଦ୍ଧା ମୁଣ୍ଡଳୀରେ ସର୍ବାଧିକ ବନ୍ୟାଜଳ ପ୍ରବାହିତ ହେବ | ତଳମୁଣ୍ଡ ଜିଲ୍ଲାରେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବନ୍ୟାଜଳ ପହଞ୍ଚିଯିବ | ମଧ୍ୟମଧରଣର ବନ୍ୟା ହେବାକୁ ଥିବାବେଳେ ୬ଟି ଜିଲ୍ଲାରେ ପ୍ରଭାବ ପଡିବ । ଏହି ୬ଟି ଜିଲ୍ଲା ହେଉଛି ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା | ତେବେ ଏହି ୬ଟି ଜିଲ୍ଲାରେ ଯେଭଳି ଉଦ୍ଧାର କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ସେଥିପାଇଁ ୮ଟି ଏନଡିଆରଏଫ ଟିମ, ୧୩ଟି ଓଡ୍ରାଫ ଟିମ ଓ ୬୨ଟି ଅତିରିକ୍ତ ଦମକଳ ବାହିନୀଙ୍କୁ ମୁତୟନ କରାଯାଇଛି ।

କେନ୍ଦ୍ରାପଡାରେ ୧୦ଟି, କଟକ ସଦରରେ ୧୦, ଆଠଗଡ଼ରେ ୮, ଜଗତସିଂହପୁରରେ ୯, ଖୋର୍ଦ୍ଧାରେ ୫, ନୟାଗଡରେ ୮ ଓ ପୁରୀରେ ୧୨ଟି ଅଗ୍ନିଶମ ଓ ଜରୁରୀକାଳୀନ ଟିମଙ୍କୁ ମୁତୟନ କରାଯାଇଛି । ସେହିପରି ନୟାଗଡ ବ୍ୟତୀତ ଅନ୍ୟ ୫ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ଏନଡିଆରଏଫ ଓ ଓଡ୍ରାଫ ଟିମ ମୁତୟନ କରାଯାଇଛି | ବନ୍ୟାକୁ ନେଇ ପୁରୀ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଜିଲ୍ଲାପାଳ ବାତିଲ କରିଛନ୍ତି । ବିନା ଅନୁମତିରେ କର୍ମଚାରୀ ଛୁଟିରେ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

Leave A Reply

Your email address will not be published.