ସାର୍‌ ନିଆଁ ଲଗାଇ ଦେଇଛନ୍ତି!

ବାଲେଶ୍ବର ଘଟଣାରେ ପୀଡ଼ିତା ଛାତ୍ରୀଙ୍କ ମାଆଙ୍କ ସାଙ୍ଘାତିକ ଅଭିଯୋଗ

0

ଓଡ଼ିଆ ନ୍ୟୁଜ୍: FM କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ସୋମବାର ପୀଡ଼ିତା ଛାତ୍ରୀଙ୍କ ମା’ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ସିସିଟିଭିରେ ଦେଖିଲୁ ନିଆଁ ଜଳୁଛି, ଛୁଆ ମୋର ଦୌଡ଼ି ଦୌଡ଼ି ଆସିଲା। ତେଣୁ ମୁଁ ଭାବୁଛି ସାର୍‌ ନିଆଁ ଲଗାଇ ଦେଇଛନ୍ତି। ପ୍ରିନ୍ସିପାଲ, HOD ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ମାରିବାକୁ ଚେଷ୍ଟା କରିଛନ୍ତି। ତେଣୁ ଆମେ ଚାହୁଁଛୁ ସେମାନଙ୍କୁ ଫାଶିଦଣ୍ଡ ମିଳିବା ଦରକାର। ମୋ ଝିଅକୁ ଫେଭର ମାଗିବା କଥା ବହୁ ବିଳମ୍ବରେ ଜାଣିଲୁ। ଏହି ଘଟଣାରେ ସୋମବାର ପୋଲିସ ସମ୍ପୃକ୍ତ ପ୍ରିନ୍ସିପାଲ୍‌ଙ୍କୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ (ଏଚ୍‌ଓଡି) ତଥା ଅଧ୍ୟାପକ ସମୀର କୁମାର ସାହୁଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣେ ଛାତ୍ରୀ ଶନିବାର ନିଜ ଦେହରେ ପେଟ୍ରୋଲ ଢାଳି ଆମତ୍ାହୁତି ଉଦ୍ୟମ କରିଥିଲେ।

Leave A Reply

Your email address will not be published.