FM ଛାତ୍ରୀ ମୃତ୍ୟୁ: ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ

0

ଓଡ଼ିଆ ନ୍ୟୁଜ୍: ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ମାମଲା।ମୁଖ୍ୟ ଅଭିଯୁକ୍ତ ସମୀର ସାହୁକୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ।୩ ଦିନିଆ ରିମାଣ୍ଡ ଆବେଦନ ମଞ୍ଜୁର କଲେ ଜିଲ୍ଲା ଦୌରାଜଜ୍‌।ଅଧ୍ୟାପକ ସମୀର ସାହୁଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ କରିଥିଲେ ଛାତ୍ରୀ।

ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣା। ସମୀର ସାହୁଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ତିନିଦିନିଆ ରିମାଣ୍ଡ ଆବେଦନର ମଞ୍ଜୁରୀ ଦେଇଛନ୍ତି କୋର୍ଟ । ଘଟଣାର ଅଧିକ ତଦନ୍ତ ପାଇଁ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ଫକୀର ମୋହନ ଛାତ୍ରୀ ଆତ୍ମହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଏଚଏଓଡି ସମୀର କୁମାର ସାହୁ । ଜୁଲାଇ ୧୨ ତାରିଖ ଘଟଣା ଦିନ ସମୀରଙ୍କୁ କଲେଜ ପରିସରରରୁ ଗିରଫ କରିଥିଲା ସହଦେଵଖୁଣ୍ଟା ପୋଲିସ । ଆଜି ଠାରୁ ୨୦ ତାରିଖ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ତାଙ୍କୁ ପଚରାଉଚରା କରିବ ।

Leave A Reply

Your email address will not be published.