ଜାନୁଆରୀ ୩ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଘନ କୁହୁଡ଼ି ଆଲର୍ଟ

0

ଓଡ଼ିଆ ନ୍ୟୁଜ୍: ଜାଡ଼ରେ ଥରୁଛି ଓଡିଶା। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା ପରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ବଢିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ୧୫ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଜି.ଉଦୟଗିରି, ସେମିଳିଗୁଡ଼ା ଓ ଫୁଲବାଣୀରେ ତାପମାତ୍ରା ୫ ଡିଗ୍ରୀ ଓ ଏହା ତଳେ ରହିଛି।

ବିଭାଗ ପକ୍ଷରୁ ରେକର୍ଡ ତଥ୍ୟ ଅନୁଯାୟୀ, ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ରହିଥିବାବେଳେ ସେମିଳିଗୁଡାରେ ୫.୨, ଫୁଲବାଣୀରେ ୫.୫, ଦାରିଙ୍ଗିବାଡ଼ିରେ ୬, କୋରାପୁଟରେ ୬.୪, ଝାରସୁଗୁଡ଼ାରେ ୬.୫, ରାଉରକେଲାରେ ୭, ଅନୁଗୋଳରେ ୮, ନବରଙ୍ଗପୁରରେ ୮.୬, କିରେଇରେ ୮.୭, ଭବାନୀପାଟଣାରେ ୯, ବଲାଙ୍ଗୀରରେ ୯.୪, ସୁନ୍ଦରଗଡ଼ରେ ୯.୫, କେନ୍ଦୁଝର ଓ ସୋନପୁରରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଏଥିସହ ବିଭାଗ ପକ୍ଷରୁ ଜାନୁଆରୀ ୩ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Leave A Reply

Your email address will not be published.