ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ। ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢାଉ କରୁଛି। ଏକକାଳୀନ ୧୧ଟି ସ୍ଥାନରେ ଚାଲିଛି ରେଡ।
ରେଡରେ ସୋନପୁର ଭିଜିଲାନ୍ସ ବିଭାଗର ଅଧିକାରୀ ସମେତ ଏସପି, ୩ ଡିଏସପି, ୭ ଇନସପେକ୍ଚର ଏବଂ ଅନ୍ୟାନ୍ୟ ଷ୍ଟାଫ୍ ସାମିଲ ଥିବା ସୂଚନା ମିଳିଛି। ବଲାଙ୍ଗୀରରେ ଥିବା ଘର, ସୁବର୍ଣ୍ଣପୁର ଅଫିସ, ପୈତୃକ ଘର ବରଗଡ, ଭୁବନେଶ୍ୱର, ସୁବର୍ଣ୍ଣପୁର ଟାଉନ, ବଲାଙ୍ଗୀରରେ ଥିବା ସମ୍ପର୍କୀୟଙ୍କ ଘର, ଭୁବବନେଶ୍ୱରରେ ଥିବା ଭଡା ଘର, ବରଗଡରେ ଥିବା ଭଡା ଘରେ ଏକକାଳୀନ ଭିଜିଲାନ୍ସ ଚଢାଉ କରିଛି।
ତେବେ ଗତ କିଛି ଦିନ ହେବ ଭିଜିଲାନ୍ସ ବିଭାଗ ଗୋଟିକ ପରେ ଗୋଟିଏ ସରକାରୀ ବାବୁ ଯେଉଁମାନେ ଦୁର୍ନୀତିଗ୍ରସ୍ତ ଥିଲେ, ସେମାନଙ୍କ ଘରେ ରେଡ୍ କରୁଥିବା ଦେଖିବାକୁ ମିଳିଛି। ତେବେ ଆଜି ଏହି ପରିପ୍ରେକ୍ଷୀରେ ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ସମ୍ପତ୍ତି ସମ୍ପର୍କରେ କୌଣସି ସୂଚନା ମିଳିନି।
Comments are closed.