ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ମେ ୧୪ ତାରିଖ ସମସ୍ତ କ୍ରୀକେଟ ପ୍ରେମୀଙ୍କ ପାଇଁ କଳା ଦିବସ କହିଲେ ଚଳେ । କାରଣ ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରୀକେଟର ଆଣ୍ଡ୍ର୍ୟୁ ସାଇମଣ୍ଡ୍ସଙ୍କର ଏକ ସଡ଼କ ଦୁର୍ଘଟଣାରେ ଦେହାନ୍ତ ହୋଇଛି । ଯାହା ପ୍ରେମୀଙ୍କୁ ବେଶ୍ ଦୁଃଖ ପହଂଚାଇଛି । ସାରା ବିଶ୍ୱରେ ସାଇମଣ୍ଡ୍ସଙ୍କର ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି । ସାଇମଣ୍ଡ୍ସଙ୍କ ଖାସ ପରିଚୟ ହେଉଛି ସେ ଓଠରେ ଧଳା କ୍ରିମ ଲଗାଇ ଖେଳିଥାନ୍ତି । ତେବେ କେଉଁ କାରଣ ପାଇଁ ସେ ଓଠରେ ଧଳା କ୍ରୀମ୍ ଲଗାନ୍ତି ତାହା ଏବେ ବି ଅନେକଙ୍କୁ ଅଛପା । କହିରଖୁ କି, ଧଳା କ୍ରିମ ହେଉଛି ଜିଙ୍କ ଅକ୍ସସାଇଡ । ଯାହା ଚର୍ମ ଉପରେ ଏକ ଲେୟାର ଭଳି ରହିଥାଏ, ଆଉ ସୂର୍ୟ୍ୟଙ୍କ କ୍ଷତିକାରକ କିରଣରୁ ଚର୍ମକୁ ସୁରକ୍ଷିତ ରଖିଥାଏ ।
କ୍ରିକେଟର ମାନେ ଜିଙ୍କ ଅକ୍ସସାଇଡ କ୍ରିମର ବ୍ୟବହାର ଏଥିପାଇଁ କରିଥାନ୍ତି କାରଣ ତାଙ୍କୁ ଖରାରେ ୬ରୁ ୭ ଘଣ୍ଟା ଛିଡା ହେବାକୁ ପଡିଥାଏ । ଜିଙ୍କ ଅକ୍ସସାଇଡର ବ୍ୟବହାର ସେମାନଙ୍କ ଚର୍ମକୁ ଖରାପ ହେବାରୁ ରକ୍ଷା କରିଥାଏ । ଏହାସହ ଚର୍ମକୁ ଜଳାପୋଡାରୁ ମଧ୍ୟ ରକ୍ଷା କରିଥାଏ । ତେଣୁ ଏହି କାରଣ ପାଇଁ ସେ କ୍ରୀକେଟ ଖେଳିବା ବେଳେ ଓଠରେ ଧଳା କ୍ରୀମ୍ ଲଗାଇ ଖେଳନ୍ତି ।