୫ମାସ ମଧ୍ୟରେ ଶେଷ ହୋଇଯିବ ବୈଦେଶିକ ମୁଦ୍ରା ଭଣ୍ଡାର, ଶ୍ରୀଲଙ୍କା ଅବସ୍ତା ଭୋଗିପାରେ ଏହି ଦେଶ, ଜାଣନ୍ତୁ…

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା, ନେପାଳ, ପାକିସ୍ତାନ ଭଳି ଏବେ ଭାରତର ଆଉ ଏକ ପଡ଼ୋଶୀ ଦେଶ ଏବେ ସବୁଠୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶର ମୁଦ୍ରା ହ୍ରାସ ପାଇଛି ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହେଇହେଇ ଯାଉଛି। ଏଭଳି ସ୍ଥିତି ଦେଖା ଦେଇଛି ପଡୋଶୀ ବାଂଲାଦେଶରେ । ଆନ୍ତର୍ଜାତୀୟ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ, କଞ୍ଚାମାଲ ଏବଂ ଇନ୍ଧନ ପରିବହନ ଇତ୍ୟାଦିର ମୂଲ୍ୟ ବୃଦ୍ଧି ପାଇଁ ଦେଶ ଅତ୍ୟଧିକ ପ୍ରଭାବିତ ହୋଇଛି। ସ୍ଥିତି ଏପରିକି, ଗତ କିଛି ମାସ ମଧ୍ୟରେ ବାଂଲାଦେଶର ଆମଦାନୀ ଖର୍ଚ୍ଚ ୪୪ ପ୍ରତିଶତକୁ ବୃଦ୍ଧି ପାଇଛି।

ଏକ ରିପୋର୍ଟ ଅନୁଯାୟୀ, ବାଂଲାଦେଶର ଆମଦାନୀ ଖର୍ଚ୍ଚ ଯେଉଁ ବେଗରେ ବୃଦ୍ଧି ହୋଇଛି ତାହା ତୁଳନାରେ ରପ୍ତାନିରୁ ହେଉଥିବା ଆୟରେ ବୃଦ୍ଧି ଘଟିନାହିଁ। ଏହି କାରଣରୁ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ବଢ଼ିଛି। ଆମଦାନୀ ଖର୍ଚ୍ଚ ପରିଶୋଧ କରିବାକୁ ବାଂଲାଦେଶ ଦେଶରେ ଜମା ହୋଇଥିବା ଡଲାରର ବିକ୍ରି ଜାରି ରଖିଛି। ଯଦି ବିଶ୍ବ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆହୁରି ବଢ଼େ, ତେବେ ପାଞ୍ଚ ମାସ ପୂର୍ବରୁ ମଧ୍ୟ ବୈଦେଶିକ ମୁଦ୍ରା ଭଣ୍ଡାର ଶେଷ ହେବାର ସମ୍ଭାବନା ରହିଛି। ତେବେ ଏଭଳି ହୁଏ ତେବେ ବାଂଲାଦେଶର ସ୍ଥିତି ଶ୍ରୀଲଙ୍କା ଭଳି ହେବାଟା ଥୟ ।

Leave A Reply

Your email address will not be published.