ଆଠଗଡ଼ ବନଖଣ୍ଡରେ ୩୦ ବର୍ଷର ଅସୁସ୍ଥ ଦନ୍ତାହାତୀର ଚିକିତ୍ସା କଲା ବନବିଭାଗ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଅସୁସ୍ଥ ହାତୀର ଚିକିତ୍ସା କଲା ବନବିଭାଗ । କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଆଠଗଡ଼ ବନାଞ୍ଚଳ ର ସୁକାସନ ସଂରକ୍ଷିତ ଜଙ୍ଗଲରେ ଏକ ୩୦ ବର୍ଷର ଅସୁସ୍ଥ ଦନ୍ତାହାତୀ ର ଚିକିତ୍ସା କଲା ଆଠଗଡ଼ ବନବିଭାଗ।ଚନ୍ଦକା ଡମପଡା ଅଭୟାରଣ୍ୟରୁ ଆସିଥିବା ୧୭ ଟି ହାତୀପଲ୍ଲ ଗତ କିଛିଦିନ ଧରି ଆଠଗଡ ବନଖଣ୍ଡକୁ ଚାଲି ଆସିଥିବା ବେଳେ ସେହି ହାତୀପଲ ଙ୍କ ମଧ୍ୟରୁ ଗୋଟିଏ ୩୦ ବର୍ଷର ଦନ୍ତାହାତୀ ଅସୁସ୍ଥ ଥିବା ବନବିଭାଗ ଜାଣିବାକୁ ପାଇଥିଲା ।ତେବେ ଉକ୍ତ ହାତୀକୁ ଗତ ତିନିଦିନ ହେବ ବନବିଭାଗ ଦୃଷ୍ଟି ରଖିଥିବା ବେଳେ ଆଜି ଆଠଗଡ଼ ବନଖଣ୍ଡ ଅଧିକାରୀ ଜଜ୍ଞଦତ୍ତ ପତିଙ୍କ ନିର୍ଦ୍ଦେଶ କ୍ରମେ ହାତୀକୁ ସୁକାସନ ସଂରକ୍ଷିତ ଜଙ୍ଗଲରେ ଟ୍ରାଙ୍କୁଲାଇଜ କରାଯିବା ପରେ ଭୁବନେଶ୍ୱର ଓୟୁଟିର ଡାକ୍ତର ଇନ୍ଦ୍ରମଣି ନାଥ ନନ୍ଦନକାନନରୁ ମେଟାଲ ଡିଟେକଟର ଦୁଷ୍ମନ୍ତ ମାଝୀ ଚନ୍ଦକା ଅଭୟାରଣ୍ୟରୁ ରାଜୁ ମାଝୀ ମାହୁନ୍ତ ଏବଂ ଆଠଗଡ଼ ବନାଞ୍ଚଳର ଅଧିକାରୀ ରବିନ୍ଦ୍ର ନାୟକ ଙ୍କ ସମେତ ଅନ୍ୟାନ୍ୟ ବନ କର୍ମଚାରୀ ମାନେ ହାତୀର ଚିକିତ୍ସା କରିବାରେ ସହଯୋଗ କରିଥିଲେ।ତେବେ ହାତୀର ଡାହାଣଗୋଡ ପଛପଟେ ସାମାନ୍ୟ କ୍ଷତ ହୋଇଥିଲା ଚିକିତ୍ସା କରିବା ପରେ ହାତୀକୁ ଜଙ୍ଗଲ ମଧ୍ୟକୁ ଛାଡି ଦିଆଯାଇଥିବା ବନାଞ୍ଚଳ ଅଧିକାରୀ ରବିନ୍ଦ୍ର ନାୟ କ ସୂଚନା ଦେଇଛନ୍ତି।

Leave A Reply

Your email address will not be published.