ଶିଶୁ ବିକାଶ ବିଦ୍ୟା ମନ୍ଦିର ରାଇରଙ୍ଗପୁର ତରଫରୁ ବଣ ଭୋଜି କାର୍ଯ୍ୟକ୍ରମ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଶିଶୁ ବିକାଶ ବିଦ୍ୟା ମନ୍ଦିର ରାଇରଙ୍ଗପୁର ତରଫରୁ ବଣ ଭୋଜି କାର୍ଯ୍ୟକ୍ରମ |  ପ୍ରକୃତିର ଅଫୁରନ୍ତ ନିର୍ଯ୍ୟାସ ସାନ ଘାଗରା ଜଳପ୍ରପାତ | ଉତ୍ତମ ପରିବେଶ, ମନଲୋହା ପାର୍କ ସହ ବୋଟିଂ ର ସୁବିଧା ଥିବାରୁ ଦେଖଣାହାରୀଙ୍କୁ ଅତ୍ୟନ୍ତ ଆକୃଷ୍ଟ କରିଥାଏ |

ଯାହା କେନ୍ଦୁଝର ଜିଲ୍ଲାରେ ରହିଛି | ରାଇରଙ୍ଗପୁର ସବରସ୍ତ ଗଢ ଗ୍ରାମରେ ଥିବା ଶିଶୁ ବିକାଶ ବିଦ୍ୟା ମନ୍ଦିର ଅନନ୍ୟ ଅନୁଷ୍ଠାନ | ଏଠାରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ପରିବେଶ ସହିତ ସୁପ୍ରଶିକ୍ଷିତ ଶିକ୍ଷକମାନଙ୍କ ଦ୍ବାରା ଶିକ୍ଷାଦାନ କରାଯାଇଥାଏ | ଏ ବର୍ଷ ବଣଭୋଜି କାର୍ଯ୍ୟକ୍ରମରେ ସାନ ଘାଗରା ଜଳପ୍ରପାତ ବିଦ୍ୟାଳୟ ତରଫରୁ ଛାତ୍ରମାନେ ବୁଲିବାକୁ ଯାଇଥିଲେ |

ସେଠିକାର ବାତାବରଣ, ପାର୍କ, ଜଳପ୍ରପାତ ଓ ବୋଟିଂ ଦର୍ଶନ କରି ଛାତ୍ରମାନେ ଆନନ୍ଦିତ ହୋଇଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଉତ୍ତମ କୁମାର ଗିରି, ସଂପାଦକ ଚିତ୍ତରଂଜନ ମହାନ୍ତ, ଶିକ୍ଷକଶିକ୍ଷିକାଗଣ ଜ୍ୟୋତି ପ୍ରକାଶ ପ୍ରଧାନ, ଶୁଭାଶିଷ ପାତ୍ର, ଗାୟତ୍ରୀ ବାରିକ, ତନୁଶ୍ରୀ ମହାନ୍ତ, ସୁନିତା ମହାନ୍ତ, ମିନତି ମହାନ୍ତ ଓ କାରିନା ମୁର୍ମୁ ପ୍ରମୁଖ ପରିଚାଳନା କରିଥିଲେ |

Leave A Reply

Your email address will not be published.