ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ମନୋହର ଯୋଶୀଙ୍କ ପରଲୋକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ମନୋହର ଯୋଶୀଙ୍କ ପରଲୋକ ।  ୮୬ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ଶିବସେନା ନେତାର ଏହି ବରିଷ୍ଠ । ଗୁରୁବାର ରାତି ୩ଟା ୦୨ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଫେବ୍ରୁଆରୀ ୨୧ରେ ମନୋହର ଯୋଶୀଙ୍କୁ ହାର୍ଟଆଟାକ୍ ଆସିଥିଲେ । ପରେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଆଜି ଦିନ ୨ଟାରେ ମୁମ୍ବାଇର ଦାଦର ଶ୍ମଶାନରେ ମନୋହର ଯୋଶୀଙ୍କ ଅନ୍ତିମ ସଂସ୍କର ହେବ । ସୂଚନା ମୁତାବକ, ଗତ ୨୧ ତାରିଖ ଦିନ(ବୁଧବାର) ହଠାତ୍ ମନୋହର ଯୋଶୀଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଥିଲା । ତାଙ୍କୁ ହୃଦଘାତ ଆସିବା ପରେ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ଏହି ଖବର ପାଇ ଶିବସେନା ନେତା ଉଦ୍ଧବ ଠାକରେ ହସ୍ପିଟାଲରେ ପହଞ୍ଚି ତାଙ୍କର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।

ଯୋଶୀଙ୍କ ରାଜନୈତିକ ଜୀବନ ଖୁବ୍ ଲମ୍ବା ରହିଥିଲା । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(RSS) କାର୍ଯ୍ୟକର୍ତ୍ତା ଭାବେ ସେ ରାଜନୀତିରେ ପାଦ ଦେଇଥିଲେ । ପରବର୍ତ୍ତୀ ସମୟରେ ଶିବସେନାରେ ଯୋଗ ଦେଇଥିଲେ । ୧୯୯୫ ମସିହାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ ଯୋଶୀ । ଏହାପୂର୍ବରୁ ସେ ମୁମ୍ବାଇ ନଗର ନିଗମର ନଗରସେବକ, ବିଧାନ ପରିଷଦ ସଦସ୍ୟ, ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀ, ଲୋକସଭା ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ । ହେଲେ ବିଗତ କିଛି ଦିନ ହେଲା ସେ ରାଜନୀତିରେ ସକ୍ରିୟ ନଥିଲେ ।

Leave A Reply

Your email address will not be published.