ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ | ରାଇରଙ୍ଗପୁର ରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମରେ ବସନ୍ତ ପଟ୍ଟନାୟକ, ଅଶୋକ ଅଗ୍ରୱାଲ, ରୁପକ ମହାନ୍ତି, ଲଳିତ ମହାନ୍ତ, ଏସ କେ ମତାଲିବ, କିଶୋର ମହାନ୍ତ, ଅମର ମହାନ୍ତ, ରାଜକୁମାର ଗିରି, ରଜତ ମହାନ୍ତି, ଦେବାଶିଷ ପାତ୍ର, ପିଥ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ | ଉକ୍ତ ସଭାରେ ସଭାପ୍ରାରମ୍ଭରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା |

ଏହାପରେ ତାଙ୍କର ଅମର କୃତି ଓ କୃତିତ୍ବ ସଂପର୍କରେ ସ୍ମରଣ କରିଥିଲେ | ଭାରତୀୟ ଜାତୀୟ କଂଗ୍ରେସ ରେ ତାଙ୍କର ଅମୂଲ୍ୟ ଦାନ ଅବିସ୍ମରଣୀୟ ବୋଲି ସଂଗଠନର ସମସ୍ତ କର୍ମକର୍ତ୍ତା ମନ୍ତବ୍ୟ ପ୍ରଦାନ କରିଥିଲେ |

Comments are closed.