ଭାରତକୁ ଧମକାଇଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଭାରତକୁ ଧମକାଇଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଆମେରିକାର ପୂର୍ବତ୍ତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଯଦି ମୁଁ ପୁଣି ରାଷ୍ଟ୍ରପତି ହୁଏ ତେବେ ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଅଧିକରୁ ଅଧିକ ଟ୍ୟାକ୍ସ ଲଗାଇବି । ଏହା ସହିତ ଆମେରିକା ପ୍ରଡକ୍ଟ ହାରଲେ ଡେଭିଡସନ୍ ବାଇକ୍ ଉପରେ ଅଧିକରୁ ଅଧିକ ଟ୍ୟାକ୍ସ ଲଗାଯାଉଥିବା ମୁଦ୍ଦା ମଧ୍ୟ ଉଠାଇଛନ୍ତି ଟ୍ରମ୍ପ । ଅନ୍ୟ ପ୍ରଡକ୍ଟ ଉପରେ ମଧ୍ୟ ଅଧିକରୁ ଅଧିକ ଟ୍ୟାକ୍ସ ଲଗାଇବା ପାଇଁ ଧମକ ଦେଇଛନ୍ତି ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କିଛି ଆମେରିକୀୟ ଉତ୍ପାଦ ଉପରେ ଭାରତ ଦ୍ୱାରା ଅଧିକ ଟିକସ ପ୍ରସଙ୍ଗ ଉଠାଇଛନ୍ତି। ଆସନ୍ତା ବର୍ଷ ଯଦି ସେ କ୍ଷମତାକୁ ଆସନ୍ତି ତେବେ ଭାରତ ଉପରେ ଅଧିକ ଟ୍ୟାକ୍ସ ଲଗାବାକୁ ଧମକ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଆମେରିକାର ରାଷ୍ଟ୍ରପତି ଭାବରେ ତାଙ୍କର ପ୍ରଥମ କାର୍ୟ୍ୟକାଳ ମଧ୍ୟରେ ଟ୍ରମ୍ପ ଭାରତକୁ ଏକ ଟାରିଫ କିଙ୍ଗ ଭାବରେ ବର୍ଣ୍ଣନା କରିଥିଲେ। ମେ ୨୦୨୯ ରେ, ଭାରତର ଜେନେରାଲାଇଜଡ ସିଷ୍ଟମ ଅଫ ପ୍ରିଫରେନ୍ସେସ (ଜିଏସପି) କୁ ବନ୍ଦ କରିଦିଆଯାଇଥିଲା। ଭାରତ ଆମେରିକାକୁ ଏହାର ବଜାରକୁ ସମାନ ତଥା ନ୍ୟାୟ ପ୍ରଦାନ କରୁନାହିଁ ବୋଲି ଅଭିଯୋଗ ହୋଇଥିଲା। ଟ୍ରମ୍ପ ଏକ ସାକ୍ଷାତକାରରେ କହିଛନ୍ତି ସେ ଭାରତରେ ଟିକସ ହାରକୁ ହ୍ରାସ କରିଛନ୍ତି, ଯେତେବେଳେ କି ଭାରତ ଏଠାରେ ବହୁତ ଅଧିକ ଟିକସ ଲାଗୁ କରୁଛି। ସେ କହିଛନ୍ତି ମୁଁ ଏକ ୟୁନିଫର୍ମ ଟ୍ୟାକ୍ସ ଚାହୁଁଛି। ଟିକସ କ୍ଷେତ୍ରରେ ଭାରତ ବହୁ ଆଗରେ ଅଛି। ହାର୍ଲି ଡେଭିଡଶନ ମୋଟରସାଇକେଲରେ ଥିବା ଟ୍ୟାକ୍ସକୁ ଦେଖିଲେ ଏହା ସ୍ପଷ୍ଟ ଜଣାଯାଏ ।

Leave A Reply

Your email address will not be published.