ଓଡ଼ିଆ ନ୍ୟୁଜ (ବ୍ୟୁରୋ ): ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇଛନ୍ତି । ଏପରି ଜଣେ ପୂର୍ବତନ ରାଷ୍ଟ୍ରପତି ଗିରଫ ହେବା ଆମେରିକା ଇତିହାସରେ ପ୍ରଥମ । ଅପରାଧିକ ମାମଲାରେ ନ୍ୟୁୟର୍କର ମ୍ୟାନହଟନ କୋର୍ଟରେ ଟ୍ରମ୍ଫ ଆତ୍ମସମର୍ପଣ କରିଛନ୍ତି । ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରେ ପର୍ଣ୍ଣ ଷ୍ଟାର ଷ୍ଟାର୍ମି ଡାନିଏଲ୍ସଙ୍କୁ ତାଙ୍କ ମୁହଁ ବନ୍ଦ ରଖିବା ପାଇଁ ଚେତାବନୀ ଦେଇଥିବା ଅଭିଯୋଗ ରହିଛି । ପର୍ଣ୍ଣ ଷ୍ଟାର ଦାବି କରିଛନ୍ତି ଯେ ଟ୍ରମ୍ପଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ରହିଛି । ଏହି ପ୍ରସଙ୍ଗରେ ମୁହଁ ବନ୍ଦ ରଖିବା ପାଇଁ ତାଙ୍କୁ ଟଙ୍କା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ନ୍ୟୁୟର୍କରେ ଟ୍ରମ୍ପଙ୍କ କୋର୍ଟରେ ହାଜର ହେବା ନେଇ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଟ୍ରମ୍ପଙ୍କ ସମର୍ଥକ ରାଜରାସ୍ତାକୁ ପଳାଇ ଆସିଥିବାରୁ ୩୫ ହଜାର ଯବାନଙ୍କୁ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ରଖାଯାଇଛି ।
ଟ୍ରମ୍ପ ଜଣେ ଅଭିଯୁକ୍ତ ଭାବରେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ତେବେ ଗିରଫ ପରେ ତାଙ୍କ ହାତରେ ହାତକଡି ପଡ଼ିବ ନାହିଁ ବୋଲି ସୂଚନା ରହିଛି । ଏହି ଘଟଣା ଉପରେ ଆମେରିକାରତ୍ତବର୍ତ୍ତମାନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନଜର ରହିଛି । ହ୍ୱାଇଟ୍ ହାଉସ ପକ୍ଷରୁ ଏହି ସୂଚନା ମିଳିଛି । ବିଚାରପତିଙ୍କ ସମ୍ମୁଖରେ ସେ ହାଜର ହେବା ପୂର୍ବରୁ ଟ୍ରମ୍ପ କହିଛନ୍ତି ଯେ ଆମେରିକାରେ ଏହା ଘଟୁଛି ବୋଲି ସେ ବିଶ୍ୱାସ କରିପାରୁ ନାହାନ୍ତି ।
ତାଙ୍କୁ ଗିରଫ କରାଯାଉଛି ବୋଲି ସେ ବିଶ୍ୱାସ କରିପାରୁ ନାହାନ୍ତି । ଡୋନାଲ୍ଡ ଟ୍ରମ୍ପ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି । ବିଚାରପତିଙ୍କ ନିକଟରେ ହାଜର ହେବା ପୂର୍ବରୁ ତାଙ୍କର ଫିଙ୍ଗର ପ୍ରିଂଟ ନିଆଯାଇଛି ।