ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଡଲାଇନ ସରିଥିଲେ ବି ଦିଆଯିବ ମାଗଣା ଟୀକା। ଜୁଲାଇ 15ରୁ ଆରମ୍ଭ ହୋଇ ସେପ୍ଟେମ୍ବର 30 ରେ ଶେଷ ହୋଇଥିବା ବୁଷ୍ଟର ଟିକକରଣ ଆଗକୁ ଚାଲୁ ରହିବ ନେଇ ସୂଚନା ଦେଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଆଗାମୀ ନିର୍ଦେଶନାମ ନଆସିବ ପର୍ଯ୍ୟନ୍ତ ଏହି ମାଗଣା ବୁଷ୍ଟର ଡୋଜ ଦିଆଯିବ। ଜୁଲାଇ 15ରୁ ସେପ୍ଟେମ୍ବର 30ଭିତରେ ଏକ କୋଟି 21ଲକ୍ଷ 50ହଜାର ବୁଷ୍ଟର ଡୋଜ ଟିକକରଣ ସରିଛି। ଟିକକରଣ ପାଇଁ ଯେତିକି ଲୋକସଂଖ୍ୟା ଧାର୍ଯ୍ୟ କରାଯାଇଥିଲା ତାର 38ପ୍ରତିଶତ ଲୋକଙ୍କୁ ଟିକକରଣ ସରିଛି। ଓଡ଼ିଶାରେ ପ୍ରଥମ ଡୋଜ 97% ଓ ଦ୍ଵିତୀୟ ଡୋଜ 91% ଟୀକାକାରଣ ସରିଛି। ଯେଉଁଥିପାଇଁ ସଂକ୍ରମଣ ସଂଖ୍ୟା ମଧ୍ୟ କମ ରହିଛି ।
ଆଗକୁ ପାର୍ବଣ ଆସୁଥିବାରୁ ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଉଛି, ସଂକ୍ରମଣ କମିଥିବାରୁ ପ୍ରଥମ ଓ ଦ୍ଵିତୀୟ ଡୋଜ ପାଇଁ ଲୋକଙ୍କ ଭିତରେ ଥିବା ଆଗ୍ରହ ଏବେ ପ୍ରିକସନ ଡୋଜ କ୍ଷେତ୍ରରେ କ୍ରମଶ କମିଛି। ପ୍ରିକସନ ଡୋଜ ଦେବାରେ ଓଡିଶା ସବୁ ରାଜ୍ୟ ଠାରୁ ଆଗୁଆ ରହିଛି। ମହଜୁଦ ରହିଥିବା 3.5 ଲକ୍ଷ ଟୀକା ସରିବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ଯାହା ନିର୍ଦେଶ ଆସିବ ତାକୁ ନେଇ କାର୍ଯ୍ୟକାରୀ କରାଯିବ।