ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପିଟିପିଟି ମାରିଲା, ଧରାପଡିବା ଭୟରେ ମୃତଦେହକୁ ଚିକିତ୍ସା ପାଇଁ ହସ୍ପିଟାଲ ନେଲା । ଧାର ଟଙ୍କା ପାଇଁ ସାଙ୍ଗକୁ ହତ୍ୟା କରି ମିଛ ନାଟକ କରୁଥିବା ଅଭିଯୁକ୍ତକୁ ବାନ୍ଧିଛି ପୋଲିସ। ଏଭଳି ଏକ ଘଟଣା ଘଟିଛି ଖଣ୍ଡଗିରି ଥାନା ଅଞ୍ଚଳରେ । ମୃତ ଅମିତ କାନୁନଗୋ (୪୦) କୋପରେଟିଭ ବ୍ୟାଙ୍କ ରେ ମ୍ୟାନେଜର ଭାବେ କାମ କରୁଥିଲେ । ଏହି ଘଟଣାରେ ଅମିତଙ୍କ ସାଙ୍ଗ ଲକ୍ଷ୍ମଣ ନାୟକ ମଧ୍ୟ ଆହତ ହୋଇଛନ୍ତି । ସୂଚନାନୁଯାୟୀ ଅଭିଯୁକ୍ତ ବିକାଶ ମହାପାତ୍ରର ସିରିପୁର ଅଂଚଳରେ ଏକ ପାନ ଦୋକାନ ରହିଛି । ଅଭିଯୁକ୍ତ ବିକାଶ ଅମିତଙ୍କ ଠାରୁ କିଛି ଟଙ୍କା ଧାର ନେଇଥିଲେ । ଅମିତ ଓ ଲକ୍ଷ୍ମଣ ବିକାଶକୁ ଧାର ୨୦ ହଜାର ଟଙ୍କା ମାଗିବାକୁ ଜୁନ ୨୧ ତାରିଖ ରାତିରେ ଯାଇଥିଲେ । ଟଙ୍କା ମାଗିବାରୁ ଅଭିଯୁକ୍ତ ବିକାଶ, ଲକ୍ଷ୍ମଣ ଓ ଅମିତଙ୍କୁ ନିର୍ଘାତ ମାଡ ମାରିଥିଲା । ବିକାଶର ମାଡ଼ରେ ଅମିତ ଓ ଲକ୍ଷ୍ମଣ ବେହୋସ ହୋଇ ତଳେ ପଡିଯାଇଥିଲେ । ନିଶାଶକ୍ତ ଅବସ୍ଥାରେ ମାଡ଼ ମାରିବାରୁ ଅମିତଙ୍କ ମୃତ୍ୟୁ ଘଟିଥିଲା ।
ସେହି ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ପ୍ରଥମେ ଲକ୍ଷ୍ମଣକୁ ରାସ୍ତା କଡରେ ପଡିଥିବା ଦେଖି ଆମ୍ବୁଲାନ୍ସକୁ ଫୋନ କରି ଲକ୍ଷ୍ମଣକୁ ଡାକ୍ତରଖାନା ନେଇଥିଲେ । ଏହା ଦେଖି ବିକାଶ ବଡ ଚତୁରତାର ସହ ଅମିତଙ୍କ ପତ୍ନୀଙ୍କୁ ଫୋନ କରି ଅମିତ ମଦ ପିଇ ରାସ୍ତାରେ ପଡିଥିବା କଥା କହିଥିଲେ l ଏମିତିକି କାହାକୁ ସନ୍ଦେହ ନହେବା ପାଇଁ ଅଭିଯୁକ୍ତ ଅମିତଙ୍କ ପରିବାର ଲୋକଙ୍କ ସହ ରହିଥିଲେ l କିନ୍ତୁ ସେପଟେ ଲକ୍ଷ୍ମଣଙ୍କୁ ହୋସ ଆସିବା ପରେ ବିକାଶର ସବୁ ଚାଲ ଫେଲ ମାରିଥିଲା । ବିକାଶ ଲକ୍ଷ୍ମଣ ଓ ଅମିତଙ୍କୁ ମାଡ ମାରିଥିବା କଥା କହିବା ଓ ପୋଷ୍ଟମର୍ଟମ ରିପୋର୍ଟ ମିଛ ନାଟକ ଉପରୁ ପର୍ଦ୍ଦା ହଟାଇଥିଲା । ଘଟଣା ର ସତ୍ୟାସତ୍ୟ ଅନୁସନ୍ଧାନ ପରେ ବିକାଶକୁ ଦଫା ୩୦୨ ଓ ୩୦ରେ କୋର୍ଟ ଚାଲାଣ କରିଛି ପୋଲିସ ।