ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିଲ୍ଲୀରୁ ବିମୁଖ ଦିଲ୍ଲୀପ । ରାଜ୍ୟ ରାଜନୀତିରେ ଆଜି ଧନୀ ବ୍ୟବସାୟୀଙ୍କ ସଂଖ୍ୟା ଅଗଣତି ହୋଇଛି । ହେଲେ ସମୟ ଥିଲା ଧନୀ ବ୍ୟବସାୟୀମାନେ ରାଜନୀତିକୁ କମ୍ ଆସୁଥିଲେ । ବାଶ୍ ସେହି ସମୟରେ ଦିଲ୍ଲୀପ ରାୟ ଥିଲେ ରାଜ୍ୟ ରାଜନୀତିର ଜଣେ ବଡ ବ୍ୟବସାୟୀ । ବିଜୁବାବୁଙ୍କ ସହ କାମ କରିବା ଠାରୁ ଆରମ୍ଭ କରି ନବୀନ ବାବୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ଥିଲେ ଦିଲ୍ଲୀପ ରାୟ । ହେଲେ ସମୟ ଚକ୍ରରେ ସବୁ ସଂପର୍କରେ ପୂର୍ଣ୍ଣଛେଦ ପଡିଲା ଓ ଦିଲ୍ଲୀପ ରାୟ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ । ହେଲେ କିଛି ବର୍ଷର ବ୍ୟବଧାନ ମଧ୍ୟରେ ଆଜି ଦିଲ୍ଲୀପ ରାୟ ବିଜେପି ପାଇଁ ମଧ୍ୟ ଅଲୋଡା ହୋଇପଡିଛନ୍ତି ।
ଗୋଟିଏ ପଟେ ବିଜେପିରୁ ଅଲୋଡା ତ ବିଜେଡି ଶିବିରରେ ମାଳମାଳ ନେତା ଯୋଗୁଁ ତାଙ୍କୁ ସ୍ଥାନ ମିଳିବା ଏକ ପ୍ରକାର ଅସମ୍ଭବ । ଏସବୁ ଭିତରେ ଚମ୍ପ୍ରୁଆର ପୂର୍ବତନ ବିଧାୟକ ସନା ମହାକୁଡଙ୍କ ଚାଲ ଖେଳିବାକୁ ଯାଉଛନ୍ତି ଦିଲ୍ଲୀପ ରାୟ । ସିଧାସଳଖ ରାଜନୀତିରେ ନ ରହି ନିଜର କିଛି ପରିଚିତଙ୍କୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ କରି ଗୋଟି ଚାଳନା କରିବାକୁ ଦିଲ୍ଲୀପ ରାୟ ଚାଲ ଚଳାଇଥିବା କଥା ଏବେ ବେଶ୍ ଚର୍ଚ୍ଚା ହେଉଛି । ସନା ମହାକୁଡ ଯେଭଳି ନିଜେ ପ୍ରାର୍ଥୀ ନ ହୋଇ ଚନ୍ଦ୍ରାଣୀ ମୁର୍ମୁଙ୍କୁ ସାଂସଦ କରିଦେଲେ ଓ ମିନୀକ୍ଷୀ ମହନ୍ତଙ୍କୁ ବିଧାୟକ କରିଦେଲେ ସେହିଭଳି ଦିଲ୍ଲୀପ ରାୟ ମଧ୍ୟ କରିବାକୁ ଯାଉଛନ୍ତି ।
ତେଣୁ ରାଜନୀତିଜ୍ଞ ବିଶେଷଜ୍ଞଙ୍କ ମତରେ ସନାଙ୍କ ଭଳି ବିଜେଡି ସହ ଦିଲ୍ଲୀପ କରିପାରନ୍ତି ବାର୍କେଟ । ହୋଇପାରେ ବଡ଼ ବୁଝାମଣା । ଏହାର ଆଭାସ ବି ମିଳିଥିବା କୁହାଯାଉଛି । ତେଣୁ ସୁନ୍ଦରଗଡ଼ ଲୋକସଭା କ୍ଷେତ୍ର ଅଧୀନ ୭ ବିଧାନସଭା ରେ ନିଜ ସମର୍ଥିତ ପ୍ରାର୍ଥୀ ଦେଇପାରନ୍ତି ଦିଲ୍ଲୀପ। ହୁଏତ ନିଜେ ଲଢ଼ିନପରାନ୍ତି କିନ୍ତୁ ପୋଖୋତ ଖେଳାଳୀ ଦିଲ୍ଲୀପ ନିଜ ଦବଦବା ଜାହିର କରିବାରେ ଅବହେଳା କରିବେନି । ଖାସ୍ ସେଇଥିପାଇଁ ସନାଙ୍କ ଭଳି ରେଲେଭେଣ୍ଟ ପୋଲିଟିକ୍ସ ସିନ ଓଡ଼ିଶାରେ ଦେଖିବାକୁ ମିଳି ପରେବୋଲି ଆଲୋଚନା ହେଉଛି ।