ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ଆରମ୍ଭ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଛି ଏନଓସି । ପ୍ରଥମେ ଗରୁଡ଼ସ୍ତମ୍ଭର ମରାମତି କାମ ଆରମ୍ଭ ହେବ। ୫ ବର୍ଷ ହେବ ଫାଟି ଆଁ କରିଛି ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ । ଏଏସଆଇ ପକ୍ଷରୁ ମରାମତି କାର୍ଯ୍ୟ କରାଯାଉଛି । ପ୍ରତିଦିନ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ଚାଲିବ ।

ନାଟ ମଣ୍ଡପର ଗରୁଡ଼ ସ୍ତମ୍ଭ ଉପରେ ଥିବା ବିମ୍‌ରେ ଫାଟ ସୃଷ୍ଟି ହୋଇଛି। ପ୍ରଥମେ ତା’ର ମରାମତି କାର୍ଯ୍ୟ କରାଯିବ। ଏହାପରେ ଛାତ ତଳ ପଟୁ ଚୂନ ପଲସ୍ତରା ଛଡ଼ାଯାଇ ଅନ୍ୟ ଫାଟ ନେଇ ଅନୁଧ୍ୟାନ କରାଯିବ। ଶୁକ୍ରବାର ସକାଳୁ ନାଟ ମଣ୍ଡପରେ ଏଏସ୍‌ଆଇ ପକ୍ଷରୁ ଭାରା ବନ୍ଧାଯିବା ସହ ଏକ ଅସ୍ଥାୟୀ ପ୍ଲାଟଫର୍ମ ନିର୍ମାଣ କରାଯିବ। ସକାଳୁ ରାତି ମଧ୍ୟରେ ଯେତେବେଳେ ମହାପ୍ରଭୁଙ୍କ ବିଶେଷ ନୀତିକାନ୍ତି ନଥିବ ମନ୍ଦିର କମାଣ୍ଡର ଏବଂ ସୁପରଭାଇଜରଙ୍କ ପରାମର୍ଶକ୍ରମେ ମରାମତି କାର୍ଯ୍ୟ କରାଯିବ। ଆଗାମୀ ୨୪ ତାରିଖ ଦିନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି ।

ଗୁରୁବାର ଅନୁଷ୍ଠିତ ବୈଠକରେ ଏଥିପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି।ହାଇକୋର୍ଟଙ୍କ ଛାଟ ପରେ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ନିମନ୍ତେ ଗୁରୁବାର ଅପରାହ୍ଣରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିଲା ଜରୁରୀ ବୈଠକ । ଏଥିରେ ମରାମତି କାମ ଲାଗି ଏଏସ୍ଆଇକୁ ଏନ୍ଓସି ଦିଆଯାଇଛି । ଫଳରେ ଶୁକ୍ରବାରଠୁ ନାଟମଣ୍ଡପ ମରାମତି ନିମନ୍ତେ ଭାରା ଓ ମଞ୍ଚା ବାନ୍ଧିବା କାମ ଏଏସ୍ଆଇ କରିବ । ସେମାନେ ଶୁକ୍ରବାରଠାରୁ ବିମ୍ବି ତଳେ ଥିବା ଫାଟ ମରାମତି ନିମନିନ୍ତେ ଭାରା ବାନ୍ଧି କାମ କରିବେ ।

Leave A Reply

Your email address will not be published.