ଆଜି ଠାରୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହେବ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଠାରୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ ହେବ । ଏଏସଆଇ ପକ୍ଷରୁ ଏହାର ମରାମତି କାର୍ଯ୍ୟ କରାଯିବ । ନାଟମଣ୍ଡପ ବିମରେ ଫାଟ ସୃଷ୍ଟି ହେବା ପରେ ଏହାର ମରାମତି ନେଇ ଏଏସଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି ।

ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ସୃଷ୍ଟି ହୋଇଥିବା ସ୍ଥାନକୁ ମରାମତି କରାଯିବା ପରେ ସେଠାରେ ଦିଆଯିବ ଷ୍ଟେନଲେସ୍‌ ଷ୍ଟିଲ୍‌ ଭାରା । ଏଥିନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁବାର ରାତି ୩ଟା ୧୪ରୁ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ହୋଇଥିଲା । ମଙ୍ଗଳ ଆଳତୀ ଶେଷ ହୋଇ ସୂର୍ଯ୍ୟ ଉଦୟ ପୂର୍ବରୁ ଅର୍ଥାତ୍‌ ପ୍ରତ୍ୟୁଷ ୫ଟା ସୁଦ୍ଧା ସୂର୍ଯ୍ୟ ପୂଜା କରାଯାଇଛି । ତେବେ ରାତି ଅଧରେ ଜଗା ଦର୍ଶନ କରଥିଲେ ଶ୍ରଦ୍ଧାଳୁ । ସେହିଭଳି ଭକ୍ତଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ଦର୍ଶନବେଳେ କୌଣସି ଅସୁବିଧା ହେବନି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଫେବୃୟାରୀ ୨୩ରୁ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନାଟମଣ୍ଡପ କାମ କରିବାକୁ ସମୟ ପାଇବ ଏଏସ୍‌ଆଇ ।ମରାମତି ସମୟରେ ଶ୍ରଦ୍ଧାଳୁମାନେ ଗରୁଡ଼ ସ୍ତମ୍ଭ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଇପାରିବେ ନାହିଁ । ସେମାନେ ଘଣ୍ଟି ଦ୍ୱାର ପାଖ ହୋଇ ଆସି ବାହାର କାଠ କିମ୍ବା ଭିତର କାଠ ଠାରେ ଠାକୁରଙ୍କୁ ଦର୍ଶନ କରି ଜାଲିଦ୍ୱାର କିମ୍ବା ବେହେରଣ ଦ୍ୱାର ବାଟେ ବାହାର ବେଢ଼ାକୁ ବାହାରିବେ । ପୁଲିସ ଓ ଜେଟିପି କର୍ମଚାରୀ ଏ ବାବଦ ଶ୍ରଦ୍ଧାଳୁଙ୍କ ସୁରକ୍ଷା ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବେ ।

Leave A Reply

Your email address will not be published.