ଓଡିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଠାରୁ ସାରା ଦେଶରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ କରାଯାଉଛି। କଟକ ମହାନଗର ନିଗମ ଅଞ୍ଚଳରେ ମଧ୍ୟ ଏହି କଟକଣା ଲାଗୁ କରାଯିବ ବୋଲି ସିଏମସି କମିଶନର କହିଛନ୍ତି।ସବୁଠାରୁ ବଡ଼ କଥା ହେଉଛି ପଲଥିନ ର ବିକଳ୍ପ କଣ ରଖାଯିବ ସେନେଇ ସିଏମସି ଯୋଜନା କରୁଥିବା କମିଶନର କହିଛନ୍ତି।ସାଧାରଣ ଜନତା ଙ୍କ ସୁବିଧା କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ ବୋଲି କମିଶନର ସୂଚନା ଦେଇଛନ୍ତି।ଏହାର ବିକଳ୍ପ ସଦୃଶ ଏପରି କରାଯିବ ଯେପରିକି ସାଧାରଣ ଜନତା ପଲଥିନ କୁ ଆପେ ଆପେ ଭୁଲି ଯିବେ।
ସେନେଇ ଅନେକ ବ୍ୟକ୍ତି ବିଶେଷ ଙ୍କ ସହ ଆଲୋଚନା କରାଯାଉଛି।ତେବେ ଗତକାଲି ଠାରୁ ,ପଲିଥିନ ବ୍ୟବହାର ନିଷେଧ ଉପରେ ଯଦିଓ ସିଏମସି ଧ୍ୟାନ ଦେବ ମାତ୍ର ପ୍ରଥମରୁ ଚଢ଼ାଉ ପ୍ରକ୍ରିୟା ଜୋରଦାର କରାଯିବ ନାହିଁ ବୋଲି କମିଶନର ସ୍ପଷ୍ଟ କରିଛନ୍ତି।ସେହିପରି ପଲିଥିନ ଯେଉଁଠାରେ ପ୍ରସ୍ତୁତ କରାଯାଉଛି ସେଠାରେ ହିଁ ପ୍ରଥମେ ଚଢ଼ାଉ କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।