ଆସନ୍ତା ୨୮ତାରିଖରେ ବାଣପୁରରେ ବିଶାଳ ସାଧାରଣ ସଭାକୁ ଉଦବୋଧନ ଦେବେ ଜେପି ନଡ୍ଡା, ବିଜେପି କେନ୍ଦ୍ରୀୟ ପ୍ରଭାରୀ ଜି.ପୁରେନ୍ଦରଶ୍ଵରୀ କଲେ ସମୀକ୍ଷା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଭା.ଜ.ପା ର କେନ୍ଦ୍ରୀୟ ପ୍ରଭାରୀ ଜି.ପୁରେନ୍ଦରଶ୍ୱରୀ ଚିଲିକା ଗ୍ରସ୍ତ କରିଛନ୍ତି। ଆସନ୍ତା 28ତାରିଖ ଦିନ ଭା.ଜ.ପା. ର କେନ୍ଦ୍ରୀୟ ସଭାପତି ଜଗତ ପ୍ରସାଦ ନଡ୍ଡାଙ୍କ ଓଡିଶା ଗ୍ରସ୍ତ କରିବେ। ପୁରୀ ଲୋକସଭା ଅଧିନ ଚିଲିକା ନିର୍ବାଚନ ମଣ୍ଡଳୀର ବାଣପୁରଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେବାସହ ନାଚୁଣୀ ଠାରେ ପୁରୀ ଲୋକସଭା ଅଧିନରେ ଥିବା ଭା.ଜ.ପା ର ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି ଓ ମଣ୍ଡଳ ସଭାପତିମାନଙ୍କ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ଭା.ଜ.ପା.ର ଏକ ଆଡ଼ଭାନ୍ସ ଟିମ୍ ବାଣପୁର ଓ ନାଚୁଣୀ ଠାରେ ହେବା ସଭାସ୍ଥଳକୁ ପରିଦର୍ଶନ କରିଛନ୍ତି । ଉକ୍ତ ଟିମ୍ ରେ କେନ୍ଦ୍ରୀୟ ପ୍ରଭାରୀ ଜି.ପୁରେନ୍ଦରଶ୍ଵରୀଙ୍କ ବ୍ୟତୀତ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ନୟାଗଡ ଜିଲ୍ଲା ସାଧାରଣ ସମ୍ପାଦକ ପରେଶ ମିଶ୍ର ପ୍ରମୁଖ ଗ୍ରସ୍ତ କରି ସଭାସ୍ଥଳ ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.