ପୋଲିସ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତା କରୁଛି ଗଜପତି ପୋଲିସ, ହାଇକୋର୍ଟ ଯିବାକୁ ସଜବାଜ ହେଉଛନ୍ତି ନିଯୁକ୍ତିରୁ ବାଦ ପଡିଥିବା ଆଶାୟୀ ଯୁବକ ଯୁବତୀ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗଜପତି ଜିଲ୍ଲା ପୋଲିସ ବେସ କିଛି ଦିନ ହେବ ହଟହଟା ହେଉଛି । ନିକଟ ଅତିତରେ କନେଷ୍ଟେବଳ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଛି । ଯେଉଁଥିପାଇଁ ଲିଖିତ ପରୀକ୍ଷା ପରେ ଶରୀରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବହୁ ସଂଖ୍ଯାରେ ଜିଲ୍ଲାର ବେକାରୀ ଯୁବକ ଓ ଯୁବତୀ ମାନେ ନିଜ ନାମ ପଞ୍ଜୀକୃତ କରାଇ ଭାଗ ନେଇଥିଲେ । କିନ୍ତୁ ଏହି ପ୍ରକିୟାରେ କେଉଁ କେଉଁଟି ଭୁଲ ରହିଥିବା କିଛି କନେଷ୍ଟେବଳ ନିଯୁକ୍ତି ପ୍ରକିୟାରେ ଭାଗ ନେଇଥିବା ଯୁବକ ଅଭିଯୋଗ ଆଣିଛନ୍ତି । ପ୍ରଥମେ ଗଜପତି ଏସପିଙ୍କ କାର୍ଯ୍ଯାଳୟ ପରେ ଗଜପତି ଜିଲ୍ଲପାଳଙ୍କ କାର୍ଯ୍ଯାଳୟରେ ସେମାନେ ଅଭିଯୋଗ ଜଣାଇଛନ୍ତି । କାହାର ଡକ୍ୟୁମେଣ୍ଟ ଠିକ ନଥିବା କୁହାଯାଉଛି ତ କାହାର ଉଚ୍ଚତା ନଥିବା କୁହାଯାଉଛି । ଗଜପତି ପୋଲିସ ବିଭାଗ ପକ୍ଷରୁ ବୋଲି କନେଷ୍ଟେବଳ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେଇଥିବା କିଛି ଯୁବକ ଗଣମାଧ୍ୟମରେ ଅଭିଯୋଗ ଆଣିଛନ୍ତି । ତେବେ ପୋଲିସ ବିଭାଗ ଏକ ଶୃଙ୍ଖଳିତ ବିଭାଗ ହୋଇଥିବା ବେଳେ ଯଦି ସବୁ ନିୟମ ଅନୁସାରେ ହୋଇଥିବା ଗଜପତି ଏସପି ଗଣମାଧ୍ୟମ ସମ୍ମୁଖରେ କହୁନାହାଁନ୍ତି କାହିଁକି ବୋଲି ଅସନ୍ତୁଷ୍ଟ ଯୁବକ ମାନେ ଅଭିଯୋଗ ଆଣିଛନ୍ତି ।
ସେପଟେ ଘଟଣାକୁ ନେଇ ଅଭିଯୋଗ ଆଣିଥିବା ଯୁବକ ସରକାରୀ ନିୟମ ଅନୁସାରେ ସେମାନେ ନିଯୁକ୍ତି ପାଇବା କଥା ତାଙ୍କୁ ନିର୍ଦ୍ଦିଷ୍ଟ ଭାବେ ଅଜଣା କାରଣରୁ ନିଯୁକ୍ତିରୁ ବାଦ କରିଥିବାରୁ ଗଜପତି ପୋଲିସ ବିରୁଦ୍ଦରେ ହାଇକୋର୍ଟର ଆଶ୍ରୟ ନେବେ ବୋଲି କହିଛନ୍ତି । ତେବେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭରୁ ଆଜି ଯାଏଁ ଗଣମାଧ୍ୟମକୁ କୌଣସି ପତିକ୍ରିୟା କିମ୍ବା ନିଯୁକ୍ତି ପ୍ରକିୟା ବିଷୟରେ ଗଜପତି ଏସି କିଛି କହିନଥିବାରୁ ଘଟଣାରେ ପ୍ରତିକ୍ରିୟା ମିଳିବା ସମ୍ଭବ ହୋଇପାରିନାହିଁ । ତେବେ ଅଭିଯୋଗ ଯଦି ସତ୍ୟ ଥାଏ ଏହାଏକ ସାଂଘତିକ ବିଷୟ । ତେଣୁ ଘଟଣାର ସତ୍ୟାସତ୍ୟ ଯାଞ୍ଚକରି ରାଜ୍ଯ ପୋଲିସ ଗଣମାଧ୍ୟମ ସମ୍ମୁଖକୁ ସତ୍ୟ ଘଟଣାଟି ଆଣିବା ନିହାତି ଆବଶ୍ଯକ ହୋଇପଡିଛି । ନଚେତ ସରକାରୀ ନିଯୁକ୍ତି ପ୍ରକ୍ରିୟାରୁ ଲୋକଙ୍କ ବିଶ୍ୱାସ ଉଠିବା ଥୟ ।