ମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ଗମ୍ଭୀରଙ୍କ ସବୁଜ ସଙ୍କେତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଚଳିତ ଆଇସିସି ଟିଟ୍ୱେଣ୍ଟି ବିଶ୍ୱକପ୍‌ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଡ୍ରାଭିଡ୍‌ଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ବିସିସିଆଇ ମଧ୍ୟ ନୂଆ ହେଡ୍‌ କୋଚ୍‌ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପାଇଁ ବିସିସିଆଇ ମେ’ ୧୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲା । ଆବେଦନ କରିବାର ଶେଷ ତାରିଖ ଥିଲା ମେ’ ୨୭ । ଆବେଦନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ ।

ଗୌତମ ଗମ୍ଭୀର କୋଚ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏନେଇ ସେ ମୁହଁ ଖୋଲିଛନ୍ତି । ଏହି ପଦବୀରେ ନିଯୁକ୍ତି ପାଇଁ ଗମ୍ଭୀର ଇଚ୍ଛୁକ ଥିବା କହିଛନ୍ତି । ଆବୁଧାବିରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ମୁଁ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବାକୁ ପସନ୍ଦ କରିବି ବୋଲି କହିଛନ୍ତି ଗମ୍ଭୀର ।  ଗମ୍ଭୀରଙ୍କ ମେଣ୍ଟରସିପ୍‌ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଆଇପିଏଲ୍ ୨୦୨୪ ଟାଇଟଲ୍ ଜିତିଥିଲା । ତେବେ ଫାଇନାଲ ମ୍ୟାଚ୍‌ରେ ଗୌତମ ଗମ୍ଭୀର ଓ ବିସିସିଆଇ ସଚିବ ଜୟ ଶାହଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା ।

କୁହାଯାଉଛି ଯେ ଟିମ୍‌ ଇଣ୍ଡିଆ ହେଡ୍‌କୋଚ୍‌ ପାଇଁ ଗମ୍ଭୀରଙ୍କ ନାମ ପ୍ରାୟ ଚୂଡାନ୍ତ । କେବଳ ଔପଚାରିକ ଘୋଷଣା ବାକି ରହିଛି । ତେବେ ଗମ୍ଭୀରଙ୍କୁ ନେଇ ଜାରି ରହିଥିବା ଚର୍ଚ୍ଚା ମଧ୍ୟରେ ବଡ଼ ସଙ୍କେତ ଦେଇଛନ୍ତି ଗୌତମ । ମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ଗମ୍ଭୀର ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି । ଗମ୍ଭୀର କହିଛନ୍ତି ଯେ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବାଠାରୁ ଅଧିକ ସମ୍ମାନ ଆଉ କେଉଁଥିରେ ନାହିଁ । ଅବୁଧାବିରେ ଏକ ଇଭେଣ୍ଟରେ ଗମ୍ଭୀର କହିଛନ୍ତି, ‘ମୁଁ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବାକୁ ପସନ୍ଦ କରିବି ।

Leave A Reply

Your email address will not be published.