ଓଡ଼ିଆ ନ୍ୟୁଜ୍: ଜାନୁଆରୀ ୬ ତାରିଖରୁ ଆରମ୍ଭ ହେବ ପକ୍ଷୀ ଗଣନା।ଚିଲିକା, ନଳବନ, ମଙ୍ଗଳାଯୋଡ଼ି, ହୀରାକୁଦ, ନନ୍ଦନକାନନରେ ଗଣନା ହେବ।ସୂଚନା ଦେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।ଗଣନାରେ ପର୍ଯ୍ୟଟନ ବିଭାଗର ବି ସହଯୋଗ ନିଆଯିବ।
ରାଜ୍ୟକୁ ପକ୍ଷୀ କମ୍ ଆସିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ହୋଇ ୨ରୁ ୩ଡିଗ୍ରୀ ହୋଇଛି । ପକ୍ଷୀଙ୍କ ସୁରକ୍ଷା ପାଇଁ ପକ୍ଷୀ ସଂରକ୍ଷଣ, ଆଧୁନିକ ୱାଚ୍ ଟାୱାର, ଏନକ୍ଲୋଜର ନିର୍ମାଣ ହେବ, ପକ୍ଷୀ ମାନଙ୍କ ପାଇଁ ଆଧୁନିକ ପରିବେଶ ତିଆରି କରିବା ଏବଂ ଲୋକଙ୍କୁ ଜାଗୃତ କରାଯିବ । ସେହିପରି ଶିକାରୀ ମାନଙ୍କ ଗତିବିଧି ରୋକାଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।