ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ

0

ଓଡ଼ିଆ ନ୍ୟୁଜ୍: ରାଜଧାନୀରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ।ଷ୍ଟେସନ୍‌ରେ ଛାଡ଼ି ଦେବାକୁ କହି ୨ ଦୁର୍ବୃତ୍ତଙ୍କ ଗଣଦୁଷ୍କର୍ମ। ତମାଣ୍ଡୋ ଥାନା ଅଞ୍ଚଳରେ ଗଣଦୁଷ୍କର୍ମ, ୨ ଅଭିଯୁକ୍ତ ଗିରଫ।ପୀଡ଼ିତା ଜଣଙ୍କ ପଶ୍ଚିମବଙ୍ଗର, ଡାକ୍ତରୀ ମାଇନା କରି ପଚରାଉଚରା।ବନ୍ଧକ ରଖି ଭୟଭୀତ କରାଇ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି । ଦୁଇ ଆମ୍ବୁଲାନ୍ସ ଡ଼୍ରାଇଭରଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍ । ତମାଣ୍ଡୋ ଥାନା ରଣସିଂହପୁରରେ ଲଜ୍ଜାଜନକ ଘଟଣା।

ସୂଚନା ଅନୁସାରେ ଜଣେ ବଙ୍ଗୀୟ ମହିଳାଙ୍କୁ ଏକୁଟିଆ ରାସ୍ତାରେ ଦେଖି ଲିଫ୍ଟ ଦେଇଥିଲେ ଦୁଇ ଡ୍ରାଇଭର । ସ୍ବାମୀ ସହ ଝଗଡ଼ା ପରେ ରାସ୍ତାରେ ଏକୁଟିଆ କାନ୍ଦୁଥିଲେ ଯୁବତୀ । ଏକାକିର ସୁଯୋଗ ଦେଖି ସାହାଯ୍ୟ କରିବା ଆଳରେ ଲିଫ୍ଟ ଦେଇ ନିଜ ଭଡ଼ା ଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଯାହାକୁ ଆଧାର କରି ନୟାଗଡ଼ର ବିଚିତ୍ର ସାହୁ ,ନାରାୟଣ ସ୍ବାଇଁ କୁ ଗିରଫ କରିଛି ପୋଲିସ ।

Leave A Reply

Your email address will not be published.