ଗଞ୍ଜେଇ ଚାଲାଣ; କନଷ୍ଟେବଲ ଗିରଫ

0

ଓଡ଼ିଆ ନ୍ୟୁଜ୍: ବରକୁଡ଼ା ଛକରେ ଗଞ୍ଜେଇ ଚାଲାଣ ବେଳେ କନଷ୍ଟେବଲ ଗିରଫ। କନଷ୍ଟେବଲ ନିଧି ସାହୁଙ୍କୁ ଗିରଫ କଲା ବୌଦ୍ଧ ଥାନା ପୋଲିସ୍। ବଳସିଙ୍ଗା ରିଜର୍ଭରେ କାର୍ଯ୍ୟ କରୁଛନ୍ତି ଗିରଫ କନଷ୍ଟେବଲ।ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସ୍‌ପି ରାହୁଲ ଗୋଏଲଙ୍କ ସୂଚନା।

ଖବର ଅନୁଯାୟୀ, ରିଜର୍ଭ ପୋଲିସ କନେଷ୍ଟବଳ ନିଧି ସାହୁ ଏକ ବାଇକ ଯୋଗେ ଗଞ୍ଜେଇ ନେଇ ଯାଉଥିଲେ । ଗୁଇନ୍ଦା ସୁତ୍ରରେ ଖବର ପାଇ ଆଦର୍ଶ ଥାନା ବାରକୁଡ଼ା ଛକରେ କନେଷ୍ଟବଳକୁ ଅଟକାଇଥିଲା ପୋଲିସ । ଏହି ସମୟରେ ତାଙ୍କ ଗାଡ଼ିକୁ ଯାଞ୍ଚ କରିଥିଲେ । ଏହି ଯାଞ୍ଚରେ ପୋଲିସକୁ ଗଞ୍ଜେଇ ମିଳିଥିଲା । ପ୍ରାୟ ୧୦ କେଜି ଓଜନର ଗଞ୍ଜେଇ ଜବତ କରିଛି ପୋଲିସ ।

ଅନ୍ୟପଟେ ପୋଲିସ କନେଷ୍ଟବଳଙ୍କୁ ଗିରଫ କରି ଯାଞ୍ଚ କରୁଛି । ଏହାସହ ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ତଦନ୍ତ କରୁଛି ପୋଲିସ । ଦିନକୁ ଦିନ ବୌଦ୍ଧ ଅଞ୍ଚଳରେ ଗଞ୍ଜେଇ କାରବାର ବଢୁଥିବାରୁ ପୋଲିସ ଆକ୍ସନମୋଡ଼କୁ ଆସିଛି ।

Leave A Reply

Your email address will not be published.