୨୦୦ କୋଟିର ଗଞ୍ଜେଇ ତେଲ ଜବତ

0

ଓଡ଼ିଆ ନ୍ୟୁଜ୍: କୋରାପୁଟ୍ ଜିଲ୍ଲା ପୋଲିସକୁ ବଡ଼ ସଫଳତା।୨୦୦ କୋଟି ମୂଲ୍ୟର ୧୮୦୦ ଲିଟର ଗଞ୍ଜେଇ ତେଲ ଜବତ।ଗଞ୍ଜେଇ ତେଲ ପ୍ରସ୍ତୁତ ହେଉଥିବା ଅସ୍ଥାୟୀ ପ୍ରୋସେସିଂ ୟୁନିଟ୍ ଠାବ। ଓଡ଼ିଶା-ଆନ୍ଧ୍ର ସୀମା ଜଲାପୁଟ୍‌ ଜଳଭଣ୍ଡାର ନିକଟ ଜଙ୍ଗଲ ଅଞ୍ଚଳରୁ ଠାବ। ଏଥିସହ ୧ ହଜାର କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ମଧ୍ୟ ଜବତ, ମୂଲ୍ୟ ୫ କୋଟି।

ସେହିଭଳି କୋରାପୁଟ ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ନନ୍ଦପୁର ପୋଲିସ ଦୁଇଟି ପିକଅପ ଗାଡି ସହ ହଜାରେ କିଲୋ ଗଞ୍ଜେଇ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ସୂଚନା ମିଳିଛି । ଗଞ୍ଜେଇ ଚୋରା ଚଲାଣରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ନନ୍ଦପୁର ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ସୁମିତ୍ରା ଜେନା । ଅନ୍ୟପଟେ ଜଲାପୁଟ ଜଳଭଣ୍ଡାରର ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ାଉ ଜାରି ରହିଛି ବୋଲି କୋରାପୁଟ ଏସ୍ପି ରୋହିତ ବର୍ମା ମଧ୍ୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.