ଓଡ଼ିଆ ନ୍ୟୁଜ୍: ରାଜଧାନୀରେ ଟ୍ରକ୍ ଭର୍ତ୍ତି ଗଞ୍ଜେଇ ଜବତ। ଖଣ୍ଡଗିରି ପାଦ ଦେଶରୁ ଗଞ୍ଜେଇ ଜବତ। ପ୍ରାୟ ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ସୂଚନା। ଫୁଲବାଣୀରୁ ହିମାଚଳ ପ୍ରଦେଶ ଚାଲାଣ ହେଉଥିଲା ଗଂଜେଇ। ରିପୋର୍ଟ ଅନୁଯାୟୀ, ସୋମବାର ଓଡ଼ିଶାର ଫୁଲବାଣୀ ଜିଲ୍ଲାରୁ ହିମାଚଳ ପ୍ରଦେଶକୁ ବେଆଇନ ଭାବରେ ଏକ ଟ୍ରକ ଗଞ୍ଜେଇ ଚାଲାଣ କରାଯାଉଥିଲା।
ବିପୁଳ ପରିମାଣର ଗଞ୍ଜେଇ ଚୋରାଚାଲାଣ ପାଇଁ ଏକ ଡିଲ୍ ଚାଲିଥିବା ବେଳେ ଅତର୍କିତ ଚଢାଉ ସମୟରେ ଗଞ୍ଜେଇ ଧରାପଡ଼ିଥିଲା।ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।