ଓଡ଼ିଆ ନ୍ୟୁଜ୍: ରାଜ୍ୟର ପେଟ୍ରୋଲ୍ ପମ୍ପରେ ମିଳିବ ୫ କେଜି ଏଲ୍ପିଜି ଗ୍ୟାସ୍।ପ୍ରେସ୍ମିଟ୍ରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା।୫ କେଜି ଏଲ୍ପିଜି ଗ୍ୟାସ୍ ପ୍ରଚୁର ମାତ୍ରାରେ ଉପଲବ୍ଧ ହେବ।କେନ୍ଦ୍ର ସରକାରଙ୍କ ଫ୍ରି ଟ୍ରେଡ୍ ଏଲ୍ପିଜି ସ୍କିମ୍ରେ ଉପଲବ୍ଧ ହେବ। ଦେଶର ୩ ଗ୍ୟାସ୍ କମ୍ପାନୀ ଏହା ଉପଲବ୍ଧ କରାଇବେ- ମନ୍ତ୍ରୀ।କେବଳ ପରିଚୟପତ୍ର ଦେଖାଇ ୫ କେଜି ଗ୍ୟାସ୍ ନେଇପାରିବେ’। ୫ କେଜି ଟାଙ୍କି ୧୫୩୭, କେବଳ ରିଫିଲିଂ ପାଇଁ ୫୯୩ ଟଙ୍କା ପଡ଼ିବ।କେବଳ କମ୍ପାନୀ ପ୍ରଦତ୍ତ ସିଲିଣ୍ଡରରେ ରିଫିଲିଂ ହେବ, ଅନ୍ୟ ସିଲିଣ୍ଡର ହେବନି।
କେବଳ କମ୍ପାନୀ ସିଲିଣ୍ଡର ହିଁ ଫିଲ କରାଯିବ । ବାହାର ସିଲିଣ୍ଡର ଫିଲ ହୋଇପାରିନି । ଆଇଓସିଏଲ, ଏଚ ପିସିଏଲ, ବିପିସିଏଲ ହିଁ ଗ୍ୟାସ ନେଇପାରିବେ । ରିଫିଲ ପାଇଁ କୌଣସି ଦୈନିକ କଟକଣା ନାହିଁ ।
ପୂର୍ବରୁ ଶ୍ରମିକ ଓ ଛାତ୍ରଛାତ୍ରୀ ୫ କେଜି ଗ୍ୟାସ ସିଲିଣ୍ଡର କିଣିପାରିବେ ବୋଲି କୁହାଯାଇଛି । ସେମାନେ ପରିଚୟପତ୍ର ଦେଖାଇଲେ ୫ କେଜି LPG ପାଇପାରିବେ । ସେହିପରି e-KYC ମାଧ୍ୟମରେ ବିକ୍ରୟ ହେଉଥିବା ୫ କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ କୌଣସି କଟକଣା ନାହିଁ । ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ୫ କେଜି ଗ୍ୟାସ୍ କିଣିପାରିବେ । ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା । ସେପଟେ ୫ କେଜି ଗ୍ୟାସ୍ ର ଅବୈଧ ବିକ୍ରି ଉପରେ କଟଣା ଲଗାଯାଇଛି ।