ଓଡ଼ିଆ ନ୍ୟୁଜ୍: ଗ୍ୟାସ୍ ସିଲିଣ୍ଡର ଫାଟି ନିଆଁ ଲାଗି ପରିବାରର ୫ ଗୁରୁତର।ବାପା, ମାଆ, ନାବାଳିକା ଝିଅ ସହ ଆଉ ୨ ସଂପର୍କୀୟ ଗୁରୁତର।ଘଷିପୁରା ଥାନ ଟୁକୁଣା ଗାଁରେ ଘରେ ରୋଷେଇ ବେଳେ ଅଘଟଣ। ନିଆଁରେ ପୋଡ଼ି ହୋଇ ଗୁରୁତର ୫ ଜଣ କଟକ ସ୍ଥାନାନ୍ତର। ସୂଚନା ଅନୁଯାୟୀ କେନ୍ଦୁଘର ଜିଲ୍ଲା ଘସିପୁରା ଥାନା ଟୁକୁଣା ଗାଁରେ ଅଭାବନୀୟ ଘଟଣା ।
ଗୁରୁତରମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଟୁକୁଣା ଗାଁର ଡଲିଆ ଦାସ ନାମକ ମହିଳା ରୋଷେଇ କରୁଥିବା ସମୟରେ ଅସାବଧାନତା ବଶତଃ ତାଙ୍କ ଶାଢ଼ୀରେ ନିଆଁ ଲାଗି ଯାଇଥିଲା । ତାଙ୍କୁ ବଞ୍ଚାଇବାକୁ ଯାଇ ପାଞ୍ଚ ବର୍ଷର ଶିଶୁ କନ୍ୟା ସମେତ ଅନ୍ୟ ଚାରି ଜଣ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ୩ ଜଣକ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।