ଭାରତ ପାଇଁ ତିରୁପତି ମନ୍ଦିରରେ ପ୍ରାର୍ଥନା କଲେ ଗୌତମ ଗମ୍ଭୀର

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଗୁରୁବାର ତିରୁମାଳାସ୍ଥିତ ବାଲାଜୀ ମନ୍ଦିର ପରିଦର୍ଶନ କରି ଭାରତ ପାଇଁ ତିରୁପତି ମନ୍ଦିରରେ ପ୍ରାର୍ଥନା କରିଛନ୍ତି୍ ଗୌତମ ଗମ୍ଭୀର। ପରିବାର ସହ ସକାଳେ ମନ୍ଦିରକୁ ଯିବା ସହ ଶ୍ରୀଭରି ପ୍ରସାଦମ୍‌କୁ ଗ୍ରହଣ କରିଥିଲେ। ଏଥିସହିତ ଆସନ୍ତା ଦିନିକିଆ ବିଶ୍ବକପ୍‌ରେ ଭାରତୀୟ ଦଳର ସଫଳତା ପାଇଁ ପ୍ରଭୂ ବାଲାଜୀଙ୍କ ପାଖରେ ପ୍ରାର୍ଥନା କରିଥିଲେ। ୧୪୦ କୋଟି ଜନତା ଏକାଠି ପ୍ରାର୍ଥନା କଲେ ଭାରତୀୟ ଦଳ ନିଶ୍ଚୟ ଟ୍ରଫି ଜିତିପାରିବ ବୋଲି ଗମ୍ଭୀର ପ୍ରକାଶ କରିଛନ୍ତି।

୨୦୧୧ ବିଶ୍ବକପ୍‌ ଫାଇନାଲ୍‌ରେ ଗମ୍ଭୀର ମହତ୍ବପୂର୍ଣ୍ଣ ୯୭ ରନ୍‌ର ପାଳି ଖେଳି ଦଳର ବିଜୟକୁ ସହଜ କରିପାରିଥିଲେ। ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ୨୦୧୧ ଦିନିକିଆ ବିଶ୍ବକପ୍‌ ବିଜୟୀ ଦଳର ସଦସ୍ୟ ଭାବେ ସେ ବିରଳ ସଫଳତା ମଧ୍ୟ ରଖିଛନ୍ତି।

Leave A Reply

Your email address will not be published.