ଓଡ଼ିଆ ନ୍ୟୁଜ, କଟକ: ଆବେଦନ ପତ୍ରର ତର୍ଜମା କରିବା ସହ ରସାବଳୀର ଆଧ୍ୟାତ୍ମିକ ଓ ଐତିହାସିକ ଦିଗ କୁ ଅନୁଧ୍ୟାନ କରିବା ପରେ ବିଶ୍ୱ ପ୍ରସିଦ୍ଧ କେନ୍ଦ୍ରାପଡ଼ା ରସାବଳୀ କୁ ମିଳିଛି ଜିଆଇ ଟ୍ୟାଗ ! କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ଓଡ଼ିଶା ପାଇଁ ନିଶ୍ଚୟ ଭାବେ ଏକ ଗୌରବର ବିଷୟ। ଓଡ଼ିଶାର ଖାଦ୍ୟ ସଂସ୍କୃତି ଏବଂ ପରମ୍ପରାରେ ରସାବଳିର ବିଶେଷ ମହତ୍ଵ ରହିଛି। ଏନେଇ କଟକ ମେୟର ଖୁସିର ବାର୍ତ୍ତା ଜାରି କରିଛନ୍ତି । ରସାବଳି କୁ GI ଟ୍ୟାଗ ମାନ୍ୟତା ପଛରେ ତାଙ୍କର ଯେଉଁ ପ୍ରୟାସ ଥିଲା ତାହା ସଫଳ ହୋଇଛି ବୋଲି କହିଛନ୍ତି । କେନ୍ଦ୍ରାପଡ଼ାବାସୀଙ୍କ ଆରାଧ୍ୟ ଦେବତା ସିଦ୍ଧ ବଳଦେବଜିଉଙ୍କ ପ୍ରସିଦ୍ଧ ଭୋଗ ରସାବଳିକୁ ମିଳିଛି ଜିଆଇ ଟ୍ୟାଗ୍। କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଆଜି ଏହାକୁ ସ୍ବୀକୃତି ଦେଇଛି।
ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଳାବାସୀଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି। ସାରା ରାଜ୍ୟରେ କେନ୍ଦ୍ରାପଡ଼ା ରସାବଳିର ସ୍ବତନ୍ତ୍ର ପ୍ରସିଦ୍ଧି ରହିଛି। ତେବେ ୨୦୨୧, ଜୁଲାଇ ୨୬ରେ ବର୍ତ୍ତମାନର କଟକ ମେୟର ତଥା ତତ୍କାଳୀନ ରାଜ୍ୟସଭା ସାଂସଦ ସୁବାସ ସିଂହ ଓ ସାଂସଦ ମୁନା ଖାଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଭେଟି କେନ୍ଦ୍ରାପଡ଼ା ରସାବଳିକୁ ଜିଆଇ ଟ୍ୟାଗ୍ ଦାବି କରିଥିଲେ। ପରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏହାର ବିଚାର ପାଇଁ ଏକ ୧୨ଜଣିଆ କମିଟି ଗଠନ କରିଥିଲା। କମିଟି ଗତ ଡିସେମ୍ବର ୬ତାରିଖରେ ରସାବଳି ସ˚ପର୍କରେ ପ୍ରାମାଣିକ ତଥ୍ୟ ମାଗିଥିଲା। ଅନ୍ୟପକ୍ଷରେ, କେନ୍ଦ୍ରାପଡ଼ା ରସାବଳିକୁ ନେଇ କେହି ଆପତ୍ତି ଉଠାଇ ନ ଥିଲେ। ଫଳରେ ମନ୍ତ୍ରଣାଳୟ ଏହାକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପୂର୍ବକ ପ˚ଜିକୃତ କରିବା ସହିତଏ ସ˚କ୍ରାନ୍ତୀୟ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ତେବେ ଏହାର ପଞ୍ଜୀକରଣ ଅବଧି ୨୦୩୧, ଡିସେମ୍ବର ୧୨ତାରିଖ ଯାଏ ରହିବ ବୋଲି ଦର୍ଶାଯାଇଛି।